ଲଦାଖରେ ଗଠନ ହେବ ୫ ନୂଆ ଜିଲ୍ଲା

ନବଗଠିତ ଜିଲ୍ଲାଗୁଡ଼ିକ ହେଲା ଜାନସ୍କର, ଦ୍ରାସ, ଶାମ, ନୁବ୍ରା ଓ ଚାଙ୍ଗଥାଙ୍ଗ।

ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ, ୨୬/୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଗଠନ ହେବ ୫ଟି ନୂଆ ଜିଲ୍ଲା। ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଲଦାଖରେ ୫ଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ଅମିତ ଶାହ। ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ନୂଆ ଜିଲ୍ଲା ଯଥା ଜାନସ୍କର, ଦ୍ରାସ, ଶାମ, ନୁବ୍ରା ଓ ଚାଙ୍ଗଥାଙ୍ଗ। କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରି ଲୋକଙ୍କ ପାଖରେ ପହଞ୍ଚାଇ ହେବ। ଲଦାଖର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।