ଡାକ୍ତରୀ ଛାତ୍ରୀ ମୌମିତାଙ୍କୁ ନ୍ୟାୟ ଦାବି

ୟଶ୍ଵସ୍ୱିନୀ ମହାସଂଘ ମହିଳାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର, ୨୬/୮: କଲିକତା ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ୟଶ୍ଵସ୍ୱିନୀ ମିଶନ ଶକ୍ତି ମହାସଂଘ ପକ୍ଷରୁ ଲିଙ୍ଗରାଜ ମନ୍ଦିର ନିକଟରେ କ୍ୟାଣ୍ଡେଲ ଏବଂ ବିଭିନ୍ନ ପୋଷ୍ଟର ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ମହିଳା ମାନେ ଟ୍ରେନିଂ ଡାକ୍ତରୀ ମୌମିତାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟାକୁ ତୀବ୍ର ନିନ୍ଦା କରିବା ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ୟଶ୍ଵସ୍ୱିନୀ ମହାସଂଘର ସଦସ୍ୟା ମାନେ ଏହି ବିଶାଳ ଶୋଭାଯାତ୍ରା କରି ନାରୀଙ୍କୁ ସୁରକ୍ଷା ଦେଲେ ହିଁ ଦେଶର ରକ୍ଷା କରିହେବ କହିଥିଲେ। ପ୍ରାୟ ୧୦୦ ମହିଳା ଏକାଠି ହୋଇ ଏହି ଶୋଭାଯାତ୍ରା କରି ଟ୍ରେନିଂ ଡାକ୍ତରୀ ଛାତ୍ରୀ ମୌମିତାଙ୍କର ଅମର ଆତ୍ମାର ସଦଗତି ହେଉ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ। ତତସହିତ ଦୋଷୀକୁ ଫାଶୀ ଦେବା ପାଇଁ ସରକାରଙ୍କ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ୟଶ୍ଵସ୍ୱିନୀ ମହାସଂଘର ସମ୍ପାଦିକା ଜଲୀ ମହାନ୍ତି, ସଭାନେତ୍ରୀ ସରିତା ରାଉତ, କୋଷାଧକ୍ଷ ପ୍ରୀତିଛନ୍ଦା ବିଶ୍ୱାଳଙ୍କ ନେତୃତ୍ୱରେ ହୋଇଥିଲା। ହ୍ୟୁମାନ ରାଇଟ୍ସର ଓଡିଶା ସଭାପତି ଶିବ ସୁନ୍ଦର ସ୍ୱାଇଁ ଉପସ୍ଥିତ ଥିଲେ।