‘ସାର୍ବଜନୀନ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରିପୋର୍ଟ’

ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର: ଆଇନ ମନ୍ତ୍ରୀ

ଭୁବନେଶ୍ବର, ୨୬/୮: ସାର୍ବଜନୀନ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରିପୋର୍ଟ। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ କମିଶନ ରିପୋର୍ଟକୁ ଖୁବଶୀଘ୍ର ସାର୍ବଜନୀନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସୂଚନାଯୋଗ୍ୟ, ଆଜି ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୭ତମ ବଳିଦାନ ଦିବସ। ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ୪ ଜଣ ସହଯୋଗୀଙ୍କୁ ହତ୍ୟା କରା ଯାଇଥିଲା। ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଷ୍ଟିସ୍ ଏଏସ୍ ନାଇଡୁଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିସନ ଗଠନ କରିଥିଲେ। ୮ ବର୍ଷ ତଳେ ତଦନ୍ତ କମିଶନ ରିପୋର୍ଟ ଦେଇଥିଲେ ମଧ୍ୟ ଏହାର ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।

ତେବେ ଆଜି ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ରବି ନାରାୟଣ ନାୟକ ଆଜି ଜଳେଶପଟ୍ଟା ଆଶ୍ରମ ଗସ୍ତ କରିଛନ୍ତି।