ସତ୍ୟବାଦୀରେ ବଡ ଧରଣର ଅଗ୍ନିକାଣ୍ଡ

ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି।

୩୦ଟି ଘର ଜଳି ପୋଡି ପାଉଁଶ; ୧୫ ପରିବାର ବାସଶୂନ୍ୟ

ପୁରୀ, ୨୭/୮: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଲିସା ଗ୍ରାମରେ ଘଟିଛି ବଡ ଧରଣର ଅଘଟଣ। ମଙ୍ଗଳବାର ଭୋର ସମୟରେ ଆଲିସା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩୦ଟି ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୩ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଯାଇଥିଲା। ସଙ୍ଗେସଙ୍ଗେ ଏହା ଚାରିଆଡ଼କୁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ ହେଁ ନିଆଁକୁ ଆୟତ୍ତ କରିବା ପର୍ଯ୍ୟନ୍ତ ୩୦ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଯାହାଫଳରେ ୧୫ଟି ପରିବାର ବାସହୀନ ହୋଇ ଯାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।