ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

୨୨ରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ

ଭୁବନେଶ୍ବର, ୨୭/୮: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଗନ୍ନାଥ ପ୍ରଧାନ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଅଗଷ୍ଟ ୨୧ ତାରିଖରେ ୧୦ ଜଣ ସମର୍ଥକ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରତ୍ୟାହାର ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ଏହି ନିଷ୍ପତ୍ତି ଦଳର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଗଷ୍ଟ ୨୧ ତାରିଖରେ ବିଜେପି ନେତ୍ରୀ ମମତା ମହନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ମହାନ୍ତିଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସେପଟେ ଗତ ୨୨ ତାରିଖରେ ଜଗନ୍ନାଥ ପ୍ରଧାନ ମଧ୍ୟ ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଆଜି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି।