ସେପ୍ଟେମ୍ବର ୯ ସରକାରୀ ଛୁଟି

ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯/୮: ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ରାଜ୍ୟର ଗଣପର୍ବ ନୂଆଁଖାଇ। ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ପଡୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଖାଇ ପର୍ବକୁ ସମ୍ମାନ ଜଣାଇ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟ୍ରେଟ୍ କୋର୍ଟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।