ସନମାର୍ଗ ସମ୍ବାଦପତ୍ର ଦ୍ୱାରା ସମ୍ମାନ ସମାରୋହ ୨୦୨୪ ଆୟୋଜିତ

ଯୁବ ସମାଜସେବୀ ଉମେଶ ଖଣ୍ଡେଲୱାଲ ସମ୍ମାନିତ

ଭୁବନେଶ୍ବର, ୨୯/୮: ଓଡିଶାର ଅଗ୍ରଣୀ ହିନ୍ଦୀ ସମ୍ବାଦ ପତ୍ର ସନମାର୍ଗ ଦ୍ୱାରା ଭୁବନେଶ୍ୱର ଠାରେ ଆୟୋଜିତ ସମ୍ମାନ ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ ସମାଜସେବୀ ତଥା ବିଜେପି ନେତା ଏବଂ ଭୁବନେଶ୍ୱର ଏୟାରପୋର୍ଟ ପ୍ରାଧିକରଣ କମିଟି ସଦସ୍ୟ ଶ୍ରୀ ଉମେଶ ଖଣ୍ଡେଲୱାଲଙ୍କୁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ନିସ୍ଵାର୍ଥ ପର ଜନସେବା ଏବଂ ରାଜନୈତିକ ସେବା ପାଇଁ ସମ୍ମାନୀତ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ଓଡିଶାର ପ୍ରତିଷ୍ଠିତ ସମ୍ବାଦ ପତ୍ର ତଥା କନକ ନିୟୁଜର ସଂସ୍ଥାପକ ଓ ରାଜନେତା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ଓଡିଶା ସରକାରଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ, ଉଦ୍ୟୋଗପତି ତଥା ବରିଷ୍ଠ ସମାଜସେବୀ ଶ୍ରୀ ଅଜୟ ଅଗ୍ରୱାଲ ଏବଂ ସନମାର୍ଗ ହିନ୍ଦୀ ସମ୍ବାଦପତ୍ରର ପ୍ରକାଶକ ଏବଂ ମୁଦ୍ରକର ଶ୍ରୀ ରାମ କିଶନ ପ୍ରମୁଖ ଯୋଗ ଦେଇଥିଲେ।