ପରଲୋକରେ ‘ଦର୍ଶନ’ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ

ଓଡ଼ିଆ ଖବରକାଗଜ 'ଦର୍ଶନ'ର ମୁଖ୍ୟ ସମ୍ପାଦକ ଶ୍ରୀ ରବି ମହାପାତ୍ରଙ୍କର ପରଲୋକ ଘଟିଛି।

ସବୁରି ମହଲରେ ଶୋକର ଛାୟା

ଭୁବନେଶ୍ବର, ୩୦/୮: ପରଲୋକରେ ‘ଦର୍ଶନ’ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଶ୍ରୀ ରବି ମହାପାତ୍ର। ୭୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ଶ୍ରୀ ମହାପାତ୍ର। ସେ ଏକାଧାରାରେ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଏବଂ ଲବ୍ଧ ପ୍ରତିଷ୍ଠିତ ଲେଖକ ମଧ୍ୟ ଥିଲେ। ସେ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ଜଟିଳ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ କାଲି ବିଳମ୍ବିତ ରାତି ୧ଟା ୨୧ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏ ନେଇ ସବୁରି ମହଲରେ ଶୋକର ଛାୟା ଖେଳିଯାଇଛି।