ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ

ଚାକିରି ଆଶାୟୀଙ୍କଠୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

ମାଥିଲି, ୩୦/୮: ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିକଟରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଗିରଫ। ସସ୍ମିତା ମାଝୀଙ୍କୁ ଗିରଫ କରିଛି ମାଥିଲି ଥାନା ପୁଲିସ। ଚାକିରି ନାଁରେ ଠକେଇ ଅଭିଯୋଗରେ ଜଗତସିଂହପୁରରୁ ଗିରଫ କରିଛି ପୋଲିସ।

ଭିକେ ପାଣ୍ଡିଆନଙ୍କ ନାମରେ ଚାକିରି ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ହଡପ କରିବା ଅଭିଯୋଗରେ ପୋଲିସ ସସ୍ମିତା ମାଝୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଗିରଫ ଅଭିଯୁକ୍ତମାନେ ହେଲେ ସସ୍ମିତା ମାଝୀ, ରମେଶ ରାଉତ ଓ ଅନ୍ୟ ଜଣେ ସହଯୋଗୀ। ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି ଦେବାର ପ୍ରତିଶ୍ରୁତି ସହ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିଲେ ଅଭିଯୁକ୍ତ। ଏ ନେଇ ମାଥିଲି ଥାନାରେ ଏକାଧିକ ଅଭିଯୋଗ ରହିଥିଲା।