ସିଙ୍ଗାପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଦ୍ୱିପାକ୍ଷିକ ଆଲୋଚନା ଉପରେ ନଜର

ନୂଆଦିଲ୍ଲୀ, ୦୪/୦୯: ବ୍ରୁନେଇରୁ ଗସ୍ତ ସାରି ସିଙ୍ଗାପୁରରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ସିଙ୍ଗାପୁର ବନ୍ଧୁତା ବଢ଼ାଇବା, ‘ରଣନୈତିକ ଭାଗିଦାରୀ’କୁ ସୁଦୃଢ଼ କରିବା ଏବଂ ଦକ୍ଷିଣ-ପୂର୍ବ ଏସୀୟ ଦେଶରୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କ ନିମନ୍ତ୍ରଣକ୍ରମେ ମୋଦି ସିଙ୍ଗାପୁର ଗସ୍ତ କରିଛନ୍ତି। ଲରେନ୍ସ ୱଙ୍ଗଙ୍କୁ ଭେଟିବା ସହ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ମୋଦିଙ୍କର ପଞ୍ଚମ ସରକାରୀ ସିଙ୍ଗାପୁର ଗସ୍ତ। ତିନି ଦିନିଆ ବିଦେଶ ଗସ୍ତ ସାରି ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ଭାରତ ଫେରିବେ।