ହାଇଟେକ ବିଜ୍ଞାନ ମହାବିଦ୍ୟାଳୟ ଭୁବନେଶ୍ୱରରେ ନବାଗତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ଅନ୍ୱେଷଣ ୨୦୨୪ ଆୟୋଜିତ

ଭୁବନେଶ୍ବର, ୧୬/୦୯: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୮ତମ ନବାଗତା ବିଦ୍ୟାର୍ଥୀମାନଙ୍କର ସ୍ୱାଗତ ସମ୍ଭାର୍ଧନା ଉତ୍ସବ, ଅନ୍ୱେଷଣ ୨୦୨୪ ଉଦଘାଟିତ ହୋଇଛି। ଏହାକୁ ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଏବଂ ଅଧକ୍ଷା ପୁଷ୍ପାଞ୍ଜଳୀ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଓଡିଶା ତଥା ଭାରତବର୍ଷର ସୁବିଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର ଡ଼. କୁମରବର ଦାସ ମୁଖ୍ୟ ଅତିଥି ଏବଂ ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡ଼. ଶୁଭଶ୍ରୀ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ଆଗାମୀ ଦିନରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବାପାଇଁ ଆହ୍ଵାନ ଦେଇଛନ୍ତି। ଡ଼. ତିରୁପତି ପାଣିଗ୍ରାହୀ କହିଛନ୍ତି ଶାନ୍ତି ଶୃଙ୍ଖଳାର ଜୀବନ ଦିବ୍ୟର୍ଥୀମାନଙ୍କ ପଥକୁ ପରିସ୍କୃତ କରିବ। ଅର୍ଥନୀତିଜ୍ଞ ଡ଼. କୁମରବର ଦାସ ବିଦ୍ୟାର୍ଥୀ ମାନଙ୍କର ସଫଳ ଚେଷ୍ଠା ଏବଂ ନୀତିନିଷ୍ଟ ପରିଶ୍ରମ ହିଁ ସେମାନଙ୍କୁ ନୂତନ ସୋପାନ ଦେଖାଇବା ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ଡ଼. ଶୁଭଶ୍ରୀ ନନ୍ଦ ବିଦ୍ୟାର୍ଥୀ ମାନଙ୍କର ଆଗାମୀ ଦିନରେ ସ୍ୱପ୍ନକୁ ସାକାର କରିବାପାଇଁ ଏବେଠାରୁ ଜାଗ୍ରତ ହେବା ଦରକାର ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ଡ଼. ଚିତ୍ତରଞ୍ଜନ ସାହୁ ବିଦ୍ୟାର୍ଥୀ ମାନଙ୍କର ଏକାଗ୍ରତା ଏବଂ ସେମାନଙ୍କ ଭିତରେ ଥିବା ଶାନ୍ତି, ସହାନୁଭୂତି ଭାବନା ସେମାନଙ୍କ ଜୀବନକୁ ଆହୁରି ପରିସ୍ଫୁଟନ କରିବା ବୋଲି କହିଥିବା ବେଳେ ମୁଖ୍ୟ ଅତିଥି ମାନଙ୍କ ଉତ୍ସାହଜନକ ବାକ୍ୟବାଣ ବିଶେଷ ଭାବରେ ବିଦ୍ୟାର୍ଥୀମାନଙ୍କୁ ଆଗକୁ ବଢି ଜୀବନରେ କିଛି କରିବା ପାଇଁ ପ୍ରୋତ୍ସାହନ ଯୋଗାଇଛି। ହାଇଟେକ ବିଜ୍ଞାନ ମହାବିଦ୍ୟାଳୟରୁ ଉତ୍ତୀନ୍ନ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀ ଓଏଏସ ଅଫିସର ଭବେଶ ଭବଶ୍ରୀ ବଳ, ୟୁନିଅନ ପବ୍ଲିକ ସର୍ଭିସ ଗାଙ୍ଗଟକର ଭୂତତ୍ଵବିଦ ଡ଼. ଦୁର୍ଗା ଶଙ୍କର ପତି ଏବଂ ଜିଲ୍ଲା ନାୟାଧିଶ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କୁ ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ହାଇଟେକ ଗୃପର ନିର୍ଦେଶକ ଡା. ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ, ନିର୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ବାସୁଦେବ ବେହେରା, ଆଡମିନଷ୍ଟ୍ରେଟିଭ ଅଫିସର ମଲକିନ ବେହେରା ଉପସ୍ଥିତ ଥିଲେ। ମଞ୍ଚରେ ଉପାଧ୍ୟକ୍ଷ ବିଭୁତି ଭୂଷଣ ବେହେରା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼. ଚିତ୍ତରଞ୍ଜନ ସାହାଣୀଙ୍କ ଦ୍ୱାରା ସଂଯୋଜିତ ଏବଂ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଦବ୍ରହ୍ମା ଦାସ, ଶୁଭଶ୍ରୀ ଶୁଭଦର୍ଶିନୀ ସାହୁ ଏବଂ ବିଶ୍ୱଜିତ ବେହେରା ପରିଚାଳିତ କରିଥିବା ବେଳେ ଅଧ୍ୟାପକ ଡ଼. ଚିତ୍ତରଞ୍ଜନ ସାହାଣୀ ଏବଂ ଅଧ୍ୟାପିକା ଆଦିତି ଦତ୍ତ ମଞ୍ଚ ପରିଚାଳନା କରିଥିଲେ।