ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଭାରତ

ଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ହେଲେ ତା ପୂର୍ବରୁ ଭାରତକୁ ଟାର୍ଗେଟ୍ କରିବାକୁ ଯୋଜନା ଜାରି ରଖିଛନ୍ତି ଆତଙ୍କବାଦୀ ସଂଗଠନ। ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଗିତିବିଧି ହେଉଥିବା ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ଦିଲ୍ଲୀ ପୁଲିସ ଗୋଳାବାରୁଦ ଚୋରା ଚାଲଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେପଟେ କୋଲ୍‌କାତାରେ ଭିକ୍ଟୋରିଆଲ୍ ମେମୋରିଆଲ୍ ଉପରେ ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ଦୁଇ ଜଣଙ୍କ ବାଂଲାଦେଶ ନାଗରିକଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ପୂର୍ବ ରେଞ୍ଜର ଆସିଷ୍ଟାଣ୍ଟ ପୁଲିସ କମିଶନର ବିକ୍ରମଜିତ ସିଂହଙ୍କ ସୂଚନା ଅନୁସାରେ, ଏହି ଗୋଳାବାରୁଦ ସବୁ ଲକ୍ଷ୍ନୌକୁ ରପ୍ତାନୀ ହେବାର ଥିଲା। ବର୍ତ୍ତମାନ ମୀରଟ ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଅନୀଲ ଏହି ଘଟଣାରେ ସମ୍ପୃକ୍ତି ଥିବା ପୁଲିସ କହିଛି। ଉତ୍ତରଖାଣ୍ଡର ଡେରାଡୁନର ଗନ୍ ହାଉସ୍‌ ଓ ଜଉନପୁରର ଏକ ଘରୁ ଅନୀଲ ଏସବୁ ଏକାଠୀ କରିଥିଲା। ଏହି ଗନ୍‌ ହାଉସ୍‌ର ମାଲିକ ସହ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।