ମହାରାଷ୍ଟ୍ର: ଛାତରୁ ଡେଇଁଲେ ଉପବାଚସ୍ପତି

ସଚିବାଳୟରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଘଟିଲା ଅଭାବନୀୟ ଘଟଣା

ମୁମ୍ବାଇ, ୦୪/୧୦: ତିନି ମହଲାରୁ ଡେଇଁଲେ ମହାରାଷ୍ଟ୍ରର ଉପବାଚସ୍ପତି ନରହରି ଜିରୱାଲ, ଜଣେ ସାଂସଦ ଏବଂ ତିନି ଜଣ ବିଧାୟକ। ଅନୁସୂଚିତ ଜନଜାତି ବର୍ଗରେ ଏକ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ଦାବିରେ ତିନି ମହଲା ଛାତରୁ ଡେଇଁବା ପରେ ଶୁକ୍ରବାର ମୁମ୍ବାଇସ୍ଥିତ ରାଜ୍ୟ ସଚିବାଳୟରେ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଅଜିତ ପାୱାର ଗୋଷ୍ଠୀର ସଦସ୍ୟ ଶ୍ରୀ ଜିରୱାଲ ଏବଂ ତିନି ଜଣ ବିଧାୟକ ଧାଙ୍ଗର ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଅନ୍ତର୍ଭୁକ୍ତ କରିବା ଦାବିରେ ସଚିବାଳୟର ତୃତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନଥିବା ଅଧିକାରୀମାନେ କହିଛନ୍ତି। ଉପବାଚସ୍ପତିଙ୍କ ସମେତ ସାଂସଦ ଓ ତିନି ଜଣ ବିଧାୟକ ଏକ ଜାଲ ଉପରେ ପଡିବା ଥିବାରୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲା ଯାଇଛି।

ମହାରାଷ୍ଟ୍ରରେ ଧଙ୍ଗର ସମ୍ପ୍ରଦାୟ ବର୍ତ୍ତମାନ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗରେ ଅଛନ୍ତି। କିନ୍ତୁ ଏସଟି ବର୍ଗରେ ଏହାକୁ ଅନ୍ତର୍ଭୁକ୍ତ କରିବା ଦାବିରେ କିଛି ସଦସ୍ୟ ଆନ୍ଦୋଳନ କରୁଛନ୍ତି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କ ସମ୍ପ୍ରଦାୟ ଧାଙ୍ଗଡମାନଙ୍କ ସହିତ ସମାନ ଯାହା ଅନେକ ରାଜ୍ୟରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ ହୋଇଛି।