ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ଦକ୍ଷିଣ କୋରିଆର ହାନ୍ କାଙ୍ଗଙ୍କୁ ନୋବେଲ

ନୂଆଦିଲ୍ଲୀ, ୧୦/୧୦: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍‌ କାଙ୍ଗ୍‌ ପାଇବେ ନୋବେଲ ପୁରସ୍କାର। ୫୩ ବର୍ଷୀୟା ହାନ୍‌ କାଙ୍ଗ୍‌ ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ହାନ୍ କାଙ୍ଗଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସର ନୋବେଲ କମିଟି ଗୁରୁବାର ଏହି ଘୋଷଣା କରିଛି।

ଗତ ସୋମବାର ଠାରୁ ନୋବେଲ ପୁରସ୍କାର ବିଜେତା ଘୋଷଣା ଆରମ୍ଭ ହୋଇଛି। ଆମେରିକୀୟ ଭିକ୍ଟର ଏମ୍ବ୍ରୋସ୍ ଏବଂ ଗୈରୀ ବ୍ରୁସ୍ ରୁଭକୁନଙ୍କୁ ମେଡିସିନରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଜନ୍ ଜେ ହପଫିଲ୍ଡ ଏବଂ ଜିଓଫ୍ରି ଇ ହିଣ୍ଟନଙ୍କୁ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ୨୦୨୪ର ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା। ବୁଧବାର ରସାୟନ ବିଜ୍ଞାନରେ ୨୦୨୪ର ନୋବେଲ ପୁରସ୍କାର ଡେଭିଡ ବେକରଙ୍କ ନାମ “କମ୍ପ୍ୟୁଟେସନଲ ପ୍ରୋଟିନ ଡିଜାଇନ” ପାଇଁ ଘୋଷଣା କରାଯାଇଥିବା ବେଳେ ମିଳିତ ଭାବେ “ପ୍ରୋଟିନ ଗଠନ ପୂର୍ବାନୁମାନ ପାଇଁ” ଡେମିସ୍ ହାସାବିସ୍ ଏବଂ ଜନ୍ ଏମ ଜମ୍ପରଙ୍କ ନାମ ଘୋଷଣା କରାଯାଇଥିଲା।