ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍, ୩୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୩ଟି ପର୍ଯ୍ୟାୟରେ ଆଜି ୧୦ଟି ଗେଟ୍ ଖୋଲିଛି । ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ରହିଛି ୬୧୭ ଦଶମିକ ୦୨ ଫୁଟ । ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ । ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ ଉବୁଟୁବୁ ହେଉଥିବାରୁ ହୀରାକୁଦରେ ଆହୁରି ଅଧିକ ଗେଟ୍ ଖୋଲିପାରେ । ଆସନ୍ତା କାଲି ସକାଳ ୮ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ଏଥିପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି ।

ଅନ୍ୟପଟେ ହୀରାକୁଦ୍‌ ଡ୍ୟାମ୍‌ରୁ ଏତେ ପରିମାଣରେ ଗେଟ୍‌ ଖୋଲାହେଲେ ଆଗକୁ ଛୋଟ ଧରଣ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତାଙ୍କ ମତରେ , ଆମେ ସ୍ଥିତି ଉପରେ ନଜର ରଖିଛୁ । ଆଗୁଆ ପଦକ୍ଷେପ ନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲେ କରି ଆଲର୍ଟ ମୋଡ଼ରେ ରଖିଛି ।