ରାଜଧାନୀରେ ଥମୁନି ଧଳାଜହର କାରବାର୍ । ପୁଣି ଥରେ ଭୁବନେଶ୍ୱରରୁ ଜବତ ହେଲା ୨୭୦ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, କେଦାରପଲ୍ଲୀ ବସ୍ତିରେ ପୂର୍ବ ସୂଚନାଆଧାରରେ ଚଢାଉ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ଅବକାରୀ ବିଭାଗ ପ୍ରାୟ ୨୭୦ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କରିଛି । ଏହାସହ ବ୍ରାଉନ୍ସୁଗାର କାର୍ବାର ଅଭିଯୋଗରେ ଟୁନା ନାୟକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପାଖାପାଖି ଏକ ହଜାରରୁ ଅଧିକ ପୁଡିଆ ଜବତ ହୋଇଛି ।
ତେବେ ଏହି ବ୍ରାଉନ୍ସୁଗାର କାରବାର୍ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ କରୁଛି ଅବକାରୀ ବିଭାଗ । ଲଗାତର କିଛି ଦିନ ହେଲା ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ ହେଉଛି ।