ବୌଦ୍ଧରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘରକୁ ଘର ବୁଲି ସଦସ୍ୟ କରାଇଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

ବୌଦ୍ଧ, ୧୫/୧୦: ବିଜେପି ସଦସ୍ୟତା ଅଭିଯାନ ୨୦୨୪ ଅବସରରେ ଆଜି ବୌଦ୍ଧ ଜିଲ୍ଲାର ତେଲିବନ୍ଧ ଗ୍ରାମଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗଦାନ କରି ଘରକୁ ଘର ବୁଲି ଜନସାଧାରଣଙ୍କୁ ସଦସ୍ୟ କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଏକଶତ ଦିନରେ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଫଳରେ ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ ହେବା ସହିତ ଚାଷୀ ମାନଙ୍କର ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ପୁଲିନ୍ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦେଓ, ମଣ୍ଡଳ ସଭାପତି ଶ୍ରୀ ନବୀନ ହେତା, ବୈକୁଣ୍ଠ ପ୍ରଧାନଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।