ଲୁଟ କରି ଗିରଫ ହେଲେ ୱେବ ସାମ୍ବାଦିକ

ବ୍ୟବସାୟୀଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

କଳାହାଣ୍ଡି, ୧୫/୧୦: କଳାହାଣ୍ଡି ଜିଲ୍ଲାରେ ଟଙ୍କା ଲୁଟ୍ ଅଭିଯୋଗରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ଦୋକାନୀ ଗିରଫ ହୋଇଛନ୍ତି। ଜଣେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ ଦାୟର ହୋଇଥିଲା।

ସୂଚନାନୁସାରେ, ଗତ ଅକ୍ଟୋବର ୨ ତାରିଖରେ କଳାହାଣ୍ଡିର ଭବାନୀପାଟଣା ସଦର ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିଲେ ୪ ଜଣ ୱେବ ସାମ୍ବାଦିକ ଓ ଜଣେ ଦୋକାନୀ। ରବିବାର ସନ୍ଧ୍ୟାରେ ସନ୍ତାଳା ପୁଲିସ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୁଲିସ ୪ ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଆଜି ସେମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ନିଖୋଜ ଅଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପାଖାପାଖି ୮ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।