ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ

୩ ଜଣଙ୍କୁ ସହ-ନିର୍ବାଚନ ଅଧିକାରୀ ଦାୟିତ୍ୱ

ଭୁବନେଶ୍ବର, ୨୦/୧୦: ରାଜ୍ୟରେ ଦଳୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପୂର୍ବରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

ସେହିପରି ସହ-ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ମିଳିଛି। ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଜେପି ରାଜ୍ୟ ଉପସଭାପତି ସୁକେଶୀ ଓରାମ ଓ ସାଧାରଣ ସମ୍ପାଦକ ଜତିନ ମହାନ୍ତିଙ୍କୁ ସହ-ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ଚଳିତ ମାସ ୩୧ ତାରିଖରେ ସଦସ୍ୟତା ଅଭିଯାନ ସରିବାକୁ ଯାଉଛି। ଏହା ସରିବା ପରେ ସାଂଗଠନିକ ନିର୍ବାଚନ ଆରମ୍ଭ ହେବ। ବୁଥ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।