ବାତ୍ୟା ଅପଡେଟ୍!

ଜାଣନ୍ତୁ ଏବେର ସ୍ଥିତି

ବାତ୍ୟା ଦାନାକୁ ନେଇ ବଡ ଅପଡେଟ୍। ଗତ କାଲିଠୁ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଜି ସକାଳୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ପାରାଦ୍ଵୀପଠାରୁ ୭୩୦ କିମି ଦକ୍ଷିଣ-ପୂର୍ବରେ ଅଛି। ଆଜି ସଂଧ୍ୟାରେ ଗଭୀର ଅବପାତରେ ପରିଣତ ହେବ। ରାଜ୍ୟର ସବୁ ପୋର୍ଟକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।