ଧର୍ମଗାଥା ଦିନ-୧

ଦାମୋଦର ମାସର ମାହାତ୍ମ୍ୟ ବିଷୟରେ ଜାଣନ୍ତୁ

ଗୋଟିଏ ବର୍ଷର ସବୁଠୁ ଧାର୍ମିକ ମାସ ହେଉଛି କାର୍ତ୍ତିକ ମାସ। ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ହିନ୍ଦୁମାନଙ୍କ ମଧ୍ୟରେ କାର୍ତ୍ତିକ ମାସର ବହୁତ ଧାର୍ମିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କୁ ପୂଜା କରିବା ପାଇଁ ସମର୍ପିତ ଏହି ମାସକୁ ଦାମୋଦର ମାସ ମଧ୍ୟ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କ ଉପାସକଙ୍କ ପାଇଁ ଦାମୋଦର ମାସ ଅତ୍ୟନ୍ତ ଶୁଭ ମାସ ଅଟେ । ଏହା ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସ ମଧ୍ୟରେ ପଡ଼େ। ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ଯିଏ ଏହି ଶୁଭ ମାସରେ ଭଗବାନ ଦାମୋଦରଙ୍କୁ ଘିଅ ଦୀପ ଅର୍ପଣ କରି ଦାମୋଦର ଅଷ୍ଟକମ (ପ୍ରଭୁଙ୍କ ମହିମା କରୁଥିବା ୮ଟି ପଦ) ଗାନ କରେ, ତା’ର ଅତୀତର ପାପରୁ ମୁକ୍ତି ପାଇ ଭଗବାନ ଦାମୋଦରଙ୍କ ପ୍ରତି ଭକ୍ତି (ଭକ୍ତି) ସୃଷ୍ଟି ହୋଇଥାଏ। ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଏହି ମାସକୁ ସବୁଠାରୁ ପବିତ୍ର ମାସ ଭାବେ ବିବେଚନା କରାଯାଏ।

ଦାମୋଦର ପୂଜା କାହିଁକି?

ଭଗବାନ ଶ୍ରୀକୃଷ୍ଣଙ୍କର ଗୋପାଳ, ମାଧବ, ମୁକୁନ୍ଦ, ହୃଷିକେଶ ଇତ୍ୟାଦି ଅନେକ ନାମ ରହିଛି। ଦାମୋଦର ନାମର ଅର୍ଥ ହେଉଛି ପ୍ରେମର ଦଉଡ଼ିରେ ବାନ୍ଧି ଥିବା ବ୍ୟକ୍ତି। ଏହା ସେତେବେଳେ ଘଟିଥିଲା ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣଙ୍କୁଙ୍କ ଅଣ୍ଟାରେ ଦଉଡ଼ି (ଦାମ) ବାନ୍ଧି ଦେଇଥିଲେ ତାଙ୍କ ମା’ ଯଶୋଦା। ଶେଷରେ ତାଙ୍କ ମା’ ଯଶୋଦାଙ୍କ ଶ୍ରଦ୍ଧା ଓ ପ୍ରେମରେ ବାନ୍ଧି ହୋଇ ରହିଯାଇଥିଲେ। ଏହି ମାସରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଅର୍ଥାତ୍ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଭକ୍ତଙ୍କ ପ୍ରେମରେ ବାନ୍ଧି ହୋଇ ରୁହନ୍ତି।

‘କାର୍ତ୍ତିକ’ର ମଧ୍ୟ ଏକ ସ୍ୱତନ୍ତ୍ରତା ରହିଛି। ଏହା ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ରାଧାରାଣୀଙ୍କୁ ଦର୍ଶାଏ। ରାଧାରାଣୀଙ୍କୁ କାର୍ତ୍ତିକ ଦେବୀ ମଧ୍ୟ କୁହାଯାଏ ଏବଂ ଯଦି ଆମେ ଏହି ପବିତ୍ର ମାସରେ ଆମର ଆନ୍ତରିକ ଭକ୍ତି ଦ୍ୱାରା ତାଙ୍କୁ ପ୍ରସନ୍ନ କରିପାରିବା ତେବେ କୃଷ୍ଣ ମଧ୍ୟ ପ୍ରସନ୍ନ ହେବେ ବୋଲି ବିଶ୍ୱାସ ରହିଛି।

ବ୍ରହ୍ମମୁହୂର୍ତ୍ତ ସମୟରେ ଉଠି ଧ୍ୟାନ କରିବା, ଦୀପ ଜାଳିବା, ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା, ଭଗବାନ କୃଷ୍ଣଙ୍କୁ ସମର୍ପିତ ପ୍ରାର୍ଥନା ଓ ଭଜନ ପାଠ କରିବା, ମନ୍ତ୍ର ଜପ କରିବା, ମନ୍ଦିର ଯାଇ ପ୍ରତିଦିନ କାର୍ତ୍ତିକ ମାସ କଥା ପାଠ କରିବା ଇତ୍ୟାଦି ଏହି ମାସରେ କରା ଯାଇଥାଏ। ଏହି ମାସରେ ପ୍ରଭୁ ଦାମୋଦରଙ୍କ ନିକଟରେ ଦୀପ ଜାଳିବା ଦ୍ବାରା ଆଧ୍ୟତ୍ମିକତା ପ୍ରାପ୍ତ ହୋଇଥାଏ। ଶ୍ରଦ୍ଧା ଓ ଭକ୍ତିର ସହ ଦୀପ ଅର୍ପଣ କରିବା ସମୟରେ ଋଷି ସତ୍ୟବ୍ରତଙ୍କ ଦ୍ୱାରା ଲିଖିତ ଦାମୋଦରଷ୍ଟକମ୍ ପ୍ରାର୍ଥନା ଗାନ କରିବା ଉଚିତ୍। ପ୍ରତିଦିନ ୧୬ ଥର ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଉଚିତ୍। ପ୍ରତିଦିନ ଭାଗବତ ଗୀତା ପାଠ କରିବା ଉଚିତ୍। ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍।

ଏହା ଏକ ପବିତ୍ର ମାସ ହୋଇଥିବାରୁ କୌଣସି ଅଶୁଭ କାର୍ଯ୍ୟରେ ଲିପ୍ତ ରହିବା ଉଚିତ୍ ନୁହେଁ। ଏହି ମାସରେ ମାଂସ ଭକ୍ଷଣ କରିବା ଏବଂ ମଦ୍ୟ ପାନ କରିବା ଅନୁଚିତ୍ ଅଟେ।