ବାତ୍ୟା ଦାନା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟର ହାତ ବଢାଇଲେ ହାଇଟେକ୍ ଗ୍ରୁପ୍
ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇବ ହାଇଟେକ୍ ହସ୍ପିଟାଲ
ଭୁବନେଶ୍ବର, ୦୨/୧୧: ବାତ୍ୟା ଦାନା କ୍ଷତିଗ୍ରସ୍ତ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ବା ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ଶୁରେଶ କୁମାର ପାଣିଗ୍ରାହୀ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି ୧୦,୦୦୦,୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସହ ହାଇଟେକ୍ ଗ୍ରୁପ୍ର ଉପନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ ଏବଂ ରେଜିଷ୍ଟର ଏ.ପୱନ କୁମାର ଯୋଗ ଦେଇଥିଲେ। ବାତ୍ୟା ପ୍ରଭାବରୁ ହାଇଟେକ ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଆସୁଥିବା କ୍ଷତିଗ୍ରସ୍ତଙ୍କ ସ୍ଵାସ୍ଥ୍ୟ ଚିକିତ୍ସା ସଂପୂର୍ଣ୍ଣ ନିଃଶୁଳ୍କ ଭାବରେ କରିବେ ବୋଲି ଶ୍ରୀ ପାଣିଗ୍ରାହୀ ଜଣାଇଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଦା ଗରିବ ଓ ନିମ୍ନ ବର୍ଗର ଜନସାଧାରଣଙ୍କୁ ସାହାଯ୍ୟ କରିଆସୁଥିବା ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡ. ତିରୁପତି ପାଣିଗ୍ରାହୀ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଛନ୍ତି।