ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ!

୨ରୁ ୩ ସେକେଣ୍ଡ ଭୂକମ୍ପରେ ଥରିଲା ଭୁବନେଶ୍ବରର କିଛି ଅଞ୍ଚଳ

ଭୁବନେଶ୍ୱର, ୦୩/୧୧: ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ସକାଳ ୭ଟା ୧୫ ମିନିଟ୍ ସମୟରେ ମାତ୍ର ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣିପାଗ ବିଭାଗ ଏଯାଏଁ କିଛି ବି ସ୍ପଷ୍ଟ କରିନି। ସେପଟେ ଭୀମଟାଙ୍ଗୀ, ସିଆରପି ଓ ନୟାପଲ୍ଲୀ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଭୂକମ୍ପର ତୀବ୍ରତା ଏବଂ କେନ୍ଦ୍ରସ୍ଥଳ ସମ୍ପର୍କରେ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିଠାରୁ ସବିଶେଷ ତଥ୍ୟ ପାଇଁ ଅପେକ୍ଷା କରାଯାଇଛି।