ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବୈଠକ ଅନୁଷ୍ଠିତ

ଖରିଫ ଧାନ କିଣାରେ ବ୍ୟାପକ ସ୍ୱଚ୍ଛତା ଆଣିବାକୁ ଆହ୍ୱାନ

ସୁବର୍ଣ୍ଣପୁର,୧୧/୧୧: ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି କୃଷକ ମୋର୍ଚ୍ଚା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଶ୍ରୀ ଶିବରାଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ଖରିଫ ଧାନ କିଣା କାରବାରରେ ବ୍ୟାପକ ସ୍ୱଛତା ଆଣିବା ସହିତ କଟନି ଛଟନି ବନ୍ଦ କରାଯିବା ସହିତ ମିଲର ମାନଙ୍କର ଧାନମଣ୍ଡିରେ ଦାଦାଗିରି ବନ୍ଦ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଓଡ଼ିଶାର ସମସ୍ତ ଧାନମଣ୍ଡିରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଜଗିବା ସହିତ ତଦାରଖ କରିବେ ବୋଲି ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ରାଜ କିଶୋର ମେଣ୍ଢାଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନବ ଦନ୍ତା, ବରିଷ୍ଠ ବିଜେପି ନେତା ଆନନ୍ଦ ବାରିକ, ସୁରେଶ କୁମାର ମହଲା, ଗିରିଶ ଚନ୍ଦ୍ର ପୁରୋହିତ, ଶ୍ରୀମତୀ ନମିତା ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।