ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର

ମହିଳା କର୍ମଚାରୀମାନେ ପାଇବେ ଅତିରିକ୍ତ ୧୨ ଦିନର ସାମୟିକ ଛୁଟି

ଭୁବନେଶ୍ୱର,୧୧/୧୧: ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଥର ସରକାରୀ ମହିଳା କର୍ମଚାରୀ ମାନେ ପାଇବେ ବାର୍ଷିକ ଅତିରିକ୍ତ ୧୨ ଦିନର ସାମୟିକ ଛୁଟି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହିଳାମାନଙ୍କ ଋତୁସ୍ରାବ ସମୟରେ ଶାରୀରିକ ଅସୁସ୍ଥତାକୁ ଲକ୍ଷ୍ୟ କରି ଏହି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାସକୁ ଗୋଟିଏ ଦିନ ହିସାବରେ ମହିଳା କର୍ମଚାରୀ ମାନେ ଏହି ଛୁଟି ନେଇ ପାରିବେ। ଗୋଟିଏ ମାସର ଛୁଟି ଉକ୍ତ ମାସରେ ନେବେ ମହିଳା‌ କର୍ମଚାରୀ। ଅଣ ଉପଲବ୍ଧି ଛୁଟି ପରବର୍ତ୍ତୀ ମାସରେ ନେଇ ପାରିବେ ନାହିଁ। ବର୍ତ୍ତମାନ ପ୍ରଚଳିତ ୧୦ ଦିନ ସାମୟିକ ଛୁଟି ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ସହିତ ମହିଳା କର୍ମଚାରୀମାନେ ଅତିରିକ୍ତ ୧୨ ଦିନ ଛୁଟି ନେଇପାରିବେ। ସର୍ବମୋଟ ମହିଳା କର୍ମଚାରୀଙ୍କ ଛୁଟି ବାର୍ଷିକ ୨୭ଟି ଛୁଟିକୁ ବୃଦ୍ଧି ପାଇଛି। ଏହି ସାମୟିକ ଛୁଟିକୁ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ମହିଳା କର୍ମଚାରୀ ମାନେ ନେଇ ପାରିବେ।