ନୂଆଦିଲ୍ଲୀ, ୧୯/୧୧: ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଖୁବଶୀଘ୍ର ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଘୋଷଣା କରାଯିବ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
ଏକ୍ସରେ ପେସ୍କୋଭ କହିଛନ୍ତି, ମୁଁ ଆଶା କରୁଛି ଖୁବ୍ ଶୀଘ୍ର ଆମେ ତାଙ୍କ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବୁ। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଥର ରୁଷିଆ ଗସ୍ତ ପରେ ଏବେ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଭାରତ ଗସ୍ତ ରହିଛି, ତେଣୁ ଆମେ ଏହାକୁ ଅପେକ୍ଷା କରିଛୁ।
ସୂଚନାଯୋଗ୍ୟ, ଗତ ଅକ୍ଟୋବରମାସରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଋଷିଆର କାଜାନ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ପରେ ଗତ ଜୁଲାଇ ମାସରେ ଏକ ସରକାରୀ ଗସ୍ତରେ ରୁଷିଆ ଗସ୍ତ କରିଥିଲେ।