ଭୁବନେଶ୍ୱର, ୨୫/୧୧: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏମ୍ବିବିଏସ୍ ଡାକ୍ତରୀ ଶିକ୍ଷାର ୨୦ତମ ସ୍ୱାଗତ ସମ୍ବର୍ଦ୍ଧନାର ଉତ୍ସବ ବା ହ୍ୱାଇଟ୍ କୋଟ ସେରିମନି ମହାସମାରୋହରେ ପାଳିତ ହୋଇଛି। ଏଥିରେ ୧୫୦ ବିଦ୍ୟାର୍ଥୀ ଯୋଗଦେଇଥିଲେ। ୨୦୦୪ ଠାରୁ ବର୍ତ୍ତମାନ ସୁଦ୍ଧା ହାଇଟେକ୍ ହସ୍ପିଟାଲ ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ହଜାର ହଜାର ମେଡିକାଲ ବିଦ୍ୟାର୍ଥୀ ସୃଷ୍ଟି କରିବା ସହ ଓଡିଶାକୁ ସହସ୍ରାଧିକ ଚିକିତ୍ସାବିତ୍ ଅବଦାନ କରିଛି। ଯାହାକି ଓଡିଶାର ପୁରପଲ୍ଲୀରେ, ଓଡିଶା ବାହାରେ ଓ ଭାରତ ବାହାରେ ପ୍ରତିଷ୍ଠିତ ଚିକିତ୍ସାବିତ୍ ଭାବେ କାର୍ଯ୍ୟ କରୁଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗ ଦେଇ ଡାକ୍ତରୀ ଶିକ୍ଷାର ମୂଳ ଉଦ୍ଦେଶ୍ୟ କରିବା ଏବଂ ଛାତ୍ରମାନେ ମେଧାବୀ ସହ କଠିନ ପରିଶ୍ରମ ଏବଂ ସେବାକାରୀ ମନୋବୃତି ରଖିବାକୁ ନିଜ ଅଭିଭାଷଣରେ କହିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ବିଧାୟକ ଏସଜେ. ନିରଞ୍ଜନ ପୂଜାରୀ, ଏଫ୍ଏମ୍ ୟୁନିଭରସିଟିର ଭାଇସ୍ ଚାନସେଲର ପ୍ରଫେସର ଡ. କୁମର ବର ଦାସ ଯୋଗଦାନ କରିଥବାବେଳେ ଅନ୍ୟତମ ଅତିଥି ଭାବେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ଡ. ରାକେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ଡିନ୍ ଏଣ୍ଡ ଡାଇରେକ୍ଟର ଡ. ଅକ୍ଷୟ କୁମାର ସାମଲ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ପ୍ରଫେସର ଡ. ରାଧାମାଧବ ତ୍ରିପାଠୀ, ଭାଇସ୍ ପ୍ରିନ୍ସିପାଲ ପ୍ରଫେସର୍ ଡ. ଲିସା ଷଡଙ୍ଗୀ, ସାଇକାଟ୍ରିକ୍ ବିଭାଗୀୟ ମୁଖ୍ୟ ଡ. ଅମ୍ରିତ ପଟ୍ଟଯୋଶୀଙ୍କ ସମେତ ବିଭିନ୍ନ ବିଭାଗର ଡକ୍ଟର ଓ ପ୍ରଫେସର୍ ଉପସ୍ଥିତ ଥିଲେ। ଓଡିଶାରେ ଚିକିତ୍ସକର ଅଭାବ ହାଇଟେକ୍ ମେଡିକାଲ ପୂରଣ କରିବା ସହ ନିଜକୁ ଗୌରବ ଅନୁଭବ କରୁଛି ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ କହିଛନ୍ତି।
Next Post