ହାଇଟେକ୍ରେ ଦିବ୍ୟାଙ୍ଗ ହ୍ୱିଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗାଇଛି ପ୍ରୋତ୍ସାହନ
ରାଉରକେଲା, ୦୨/୧୨: ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ସାରା ଭାରତରୁ ଓଡିଶା ସମେତ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କର କଳା ନୈପୂଣ୍ୟତା କ୍ରିକେଟ ପ୍ରଦର୍ଶନ ଦେଖି ଭାବ ବିହ୍ୱଳ ହୋଇ ଉଠିଥିଲେ। ଏଥିରେ ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଦିବ୍ୟାଙ୍ଗମାନଙ୍କ ପାଇଁ ହେଉ କିମ୍ବା ଦୃଷ୍ଟି ବାଧିତ ମାନଙ୍କ ପାଇଁ ହେଉ ଯାହା କିଛି ଦରକାର ପଡିବ ସେ ନିମନ୍ତେ ସହଯୋଗର ହାତ ବଢାଇ ଦେବେ ବୋଲି କହିଛନ୍ତି। ସେହିପରି ପରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଏହା ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇ ଦିବ୍ୟାଙ୍ଗମାନଙ୍କ ମନରେ ଆଗକୁ ବଢିବା ପାଇଁ ଆଶା ସଞ୍ଚାର କରିଛି ବୋଲି କହିଥିଲେ। ଏଥିରେ ରୋଟାରୀ ଗଭର୍ଣ୍ଣର ଯିଜ୍ଞାଶିଷ୍ ମହାପାତ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ ଆନ୍ତର୍ଜାତୀୟ ସ୍ତରରେ କିଭଳି ଖେଳି ପାରିବେ ତାକୁ ନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କହିଛନ୍ତି। ଏହାକୁ ଆଇକୋନିକ ଟ୍ରାନ୍ସଫରମେସନର ଡାଇରେକ୍ଟର ଡ. ଚିଦାତ୍ମିକା ଖଟୁଆ, ଫାଉଣ୍ଡର ଡାଇରେକ୍ଟର ଡ. ସଞ୍ଜୟ ଚୌଧୁରୀ, ଫାଉଣ୍ଡର ଡାଇରେକ୍ଟର ଶେଖ୍ ଅବଦୁଲ ସାମିମ୍ ଉପସ୍ଥିତ ରହି ହ୍ୱିଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ହାଇଟେକ୍ ଗ୍ରୁପ୍ ସାହାଯ୍ୟ ସହଯୋଗର ହାତ ବଢାଇଥିବାରୁ ଧନ୍ୟବାଦ୍ ଦେବା ସହ ଏହି ପ୍ରତିଯୋଗୀମାନେ ଆନ୍ତର୍ଜାତୀୟ ସ୍ତରରେ ଖେଳିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।