ବିଧାନସଭା ପ୍ରଶ୍ନକାଳ: ୩ ବର୍ଷରେ ପ୍ରାଣ ହରାଇଛନ୍ତି ୨୩୩ ପ୍ରବାସୀ ଶ୍ରମିକ

ଓଡ଼ିଶା ଅଣାଯାଇଛି ୧୯୯ ମୃତଦେହ

ଭୁବନେଶ୍ୱର, ୦୩/୧୨: ୨୦୨୨ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ କାମ ପାଇଁ ଯାଇଥିବା ୨୩୩ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୨୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ବୋଲି ବିଧାନସଭାରେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମଙ୍ଗଳବାର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ସମୁଦାୟ ମୃତ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡ଼ିଶା ଅଣାଯାଇଥିଲା। ଗତ ୩ ବର୍ଷ ମଧ୍ୟରେ ମୃତ ଶ୍ରମିକଙ୍କ ଶବ ପରିବହନ ପାଇଁ ରାଜ୍ୟ ସରକାର ମୋଟ ୨୪ ଲକ୍ଷ ୧୬ ହଜାର ୬୦୪ ଟଙ୍କା ଖର୍ଚ୍ଚ କରିଛନ୍ତି।