କେବେ ଶୁଣିଛନ୍ତି କି ବର୍ଷକୁ ମାତ୍ର ୫୯ ଟଙ୍କାରେ ସ୍ୱାସ୍ଥ୍ୟ ବୀମା!
ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ଆଣିଛି ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନା।
ଫୋନପେ ଆରମ୍ଭ କଲା ଏଭଳି ଏକ ପ୍ଲାନ
ନୂଆଦିଲ୍ଲୀ, ୦୩/୧୨: ଏଥର ମାତ୍ର ୫୯ ଟଙ୍କାରେ ସ୍ୱାସ୍ଥ୍ୟ ବୀମା ପ୍ଲାନ୍ ଆଣିଲା ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ। ବର୍ଷକୁ ମାତ୍ର ୫୯ ଟଙ୍କାରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ପାଇଁ ସୁଲଭ ବୀମା ଯୋଜନା ଆରମ୍ଭ କରିଛି ଫୋନପେ। ଏହି ଯୋଜନାରେ ଭେକ୍ଟର ଏବଂ ବାୟୁବାହିତ ରୋଗ ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ପ୍ରଦାନ କରାଯିବ। ବିଶେଷକରି ଟିୟର -୨ ଏବଂ ଟିୟର -୩ ସହରର ଉପଭୋକ୍ତାଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି, ଯେଉଁଠି ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ପହଞ୍ଚ ସୀମିତ।
ମ୍ୟାଲେରିଆ, ଡେଙ୍ଗୁ, ଚିକୁନଗୁନିଆ, ଫାଇଲେରିଆ, ଜାପାନୀ ଏନସେଫାଲାଇଟିସ୍, ସ୍ୱାଇନ୍ ଫ୍ଲୁ, ବାର୍ଡ ଫ୍ଲୁ, ଟାଇଫଏଡ୍, ଯକ୍ଷ୍ମା ଓ ମେନିଞ୍ଜାଇଟିସ୍ ଭଳି ୧୦ରୁ ଅଧିକ ରୋଗକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ହସ୍ପିଟାଲରେ ଭର୍ତ୍ତି ହେବା, ଡାଇଗ୍ନୋଷ୍ଟିକ୍ସ ଏବଂ ଆଇସିୟୁରେ ରହିବା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ଏହାବ୍ୟତୀତ, ଉପଭୋକ୍ତାମାନେ ଫୋନ୍ ପେ ଆପ୍ ମାଧ୍ୟମରେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ। କର୍ପୋରେଟ୍ ସ୍ୱାସ୍ଥ୍ୟ ବୀମା ଆକସେସ୍ ଥିବା କର୍ମଜୀବୀମାନେ ମଧ୍ୟ ଏହି କଭରେଜର ଲାଭ ଉଠାଇ ପାରିବେ। ଉପଭୋକ୍ତାମାନେ ଫୋନ୍ ପେ ଆପରେ ଇନ୍ସୁରାନ୍ସ ସେକ୍ସନକୁ ଯାଇ ‘ଡେଙ୍ଗୁ ଓ ମ୍ୟାଲେରିଆ’ ବୀମା ଚୟନ କରି ଫୋନ୍ ପେ ଆପରେ ବୀମା କଭରେଜ୍ ର ଲାଭ ଉଠାଇପାରିବେ। ଏହାପରେ ସେମାନେ ବୀମା ରାଶି ଏବଂ ପ୍ରିମିୟମ ବିକଳ୍ପ ସମେତ ଯୋଜନା ବିବରଣୀ ସମୀକ୍ଷା କରିପାରିବେ।