ଜ୍ୟାକଲିନ୍‌ଙ୍କ ବଢିଲା ଅଡୁଆ : ୨୧୫ କୋଟି ଠକେଇ ମାମଲାରେ ଇଡିର ଚାର୍ଜସିଟ୍‌

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ସୁକେଶ ଚନ୍ଦ୍ରଶେଖର ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଠକ ସୁକେଶ ଜଣେ ଅପରାଧୀ ବୋଲି ପୂର୍ବରୁ ଜାଣିଥିଲେ।

ଏହା ପରେ ମଧ୍ୟ ତାଙ୍କ ସମ୍ପୃକ୍ତ ଥିଲେ। ଏହି କାରଣରୁ ଇଡି ଜ୍ୟାକଲିନଙ୍କ ଉପରେ ଚାପ ପକାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ ଗିରଫ କରାଯାଇ ନାହିଁ । କାରଣ ଅଦ୍ୟାବଧି କୋର୍ଟ ଚାର୍ଜସିଟ୍‌କୁ ଗ୍ରହଣ କରି ନାହାଁନ୍ତି।

ଠକ ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ମାମଲାର ଅନୁସନ୍ଧାନରୁ ଜଣାପଡି ଥିଲା କି ସୁକେଶ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଦେଇଛନ୍ତି। ଏହା ପରେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ସଂଲଗ୍ନ କରିଛି।

ଚାର୍ଜସିଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନଙ୍କୁ ଭେଟିଛନ୍ତି। ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଦେଇଥିଲେ। ଏଥି ସହିତ ବିଭିନ୍ନ ରାଜ୍ୟରେ ସୁକେଶଙ୍କ ଉପରେ ପ୍ରାୟ ୩୨ଟି ଅପରାଧିକ ମାମଲା ରହିଛି। ତାଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଆୟକର ଯାଞ୍ଚ ମଧ୍ୟ ଚାଲିଛି।