ମୋହନଙ୍କୁ‌ z+ ନବୀନଙ୍କୁ y+ ସୁରକ୍ଷା

ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର, ୦୯/୧୨: ଓଡିଶାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ୱାଇ ପ୍ଲସ ବର୍ଗର ସୁରକ୍ଷା ମିଳୁଛି। ଏମାନଙ୍କ ବ୍ୟତୀତ ଆଉ କାହାକୁ ବି ଏହି ବର୍ଗର ସୁରକ୍ଷା ମିଳୁନାହିଁ।

କୋରାପୁଟର କଂଗ୍ରେସ ବିଧାୟକ ପବିତ୍ର ସୌନ୍ତଙ୍କ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କୌଣସି ଅଧିକାରୀଙ୍କୁ ଜେଡ୍ + କିମ୍ବା ୱାଇ + ବର୍ଗର ସୁରକ୍ଷା ଯୋଗାଇ ଦିଆଯାଉନାହିଁ।

ଚଳିତ ବର୍ଷ ଅକ୍ଟୋବର ମାସରେ ରାଜ୍ୟ ସରକାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ଜେଡରୁ ୱାଇ ବର୍ଗକୁ ହ୍ରାସ କରିଥିଲେ।