ଦୁର୍ନୀତିକୁ ଘୋଡ଼ାଇବା ପାଇଁ ଚାଲିଛି ପ୍ରୟାସ

ଦୁର୍ନୀତି ନେଇ ଦର୍ଶନରେ ଖବର ପ୍ରସାରଣ ପରେ ପ୍ରଶାସନର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା।

ରାତି ଅଧିଆ ତିଆରି ହେଉଛି ଫଳକ ପାଖରେ ନୂଆ ଫଳକ

ପରଜଙ୍ଗ, ୨୫/୧୨: ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ ବାହାରିବା ପରେ ତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚାଲିଛି ପ୍ରୟାସ। ରାତି ଅଧିଆ ତିଆରି ହେଇଛି ଫଳକ ପାଖରେ ନୂଆ ଫଳକ। ଅଁଳାକଟା ଗ୍ରାମ୍ୟ ଜାଗାରେ ଗଡ଼ିଆ ବନ୍ଧଠାରୁ ଜଙ୍ଗଲ ପର୍ଯ୍ୟନ୍ତ ବସନ୍ତପଡ଼ା ନାମରେ କାର୍ଯ୍ୟ କରାଯାଇଛି। ଯାହାର ଗୋଟିଏ ସପ୍ତାହ ପାଇଁ ମଷ୍ଟରରୋଲ ମଧ୍ୟ ବାହାରି ସାରିଛି। ଯାହା ଅତି ଚତୁରତାର ସହ ବିନା ଯାହା ନାଗରିକ ସୂଚନା ଫଳକରେ କରାଯାଇଥିଲା। କିନ୍ତୁ ଘଟଣାଟି ଗ୍ରାମବାସୀମାନେ ବିଭାଗୀୟ ୱେବସାଇଟରୁ ଜାଣିବା ପରେ ଘଟଣା ପ୍ରଘଟ ହୋଇଥିଲା। ତେବେ ତରବାରିଆ ଭାବେ ସ୍କୁଲ ବାଡ଼ରେ ସୂଚନା ଫଳକ ଲେଖା ଯାଇଥିଲା। ଫଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କ ସମ୍ପୃକ୍ତି ଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଥିଲେ। ତେବେ ଏ ସଂକ୍ରାନ୍ତରେ ଦର୍ଶନରେ ଖବର ପ୍ରସାରଣ ସହ ପରଜଙ୍ଗ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଗୋଟିଏ ଗ୍ରାମ୍ୟ ଜାଗାରେ ଅନ୍ୟ ଏକ ଗ୍ରାମ୍ୟର ପ୍ରକଳ୍ପ କିପରି ତିଆରି କରାଯାଉଛି ଓ ଯାହା ବିନା ସୂଚନା ଫଳକରେ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ପୂର୍ବରୁ କରିଥିବା ଭୁଲକୁ ପୁଣି ଭୁଲକୁ ଘୋଡ଼ାଇ ପାଇଁ ସ୍କୁଲ କାନ୍ଥରେ ତିଆରି କରାଯାଇଥିବା ଫଳକ ପାଖରେ ଏକ ନୂତନ ଫଳକ ତିଆରି କରାଯାଇ ଘଟଣାଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୁନର୍ବାର ପ୍ରୟାସ ଚାଲିଛି। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ  ଘଟଣାର ତଦନ୍ତ କରାଯିବ ସେ ବୋଲି କହିଛନ୍ତି।