ପଞ୍ଚଭୂତରେ‌ ବିଲୀନ ହେଲେ ମନମୋହନ ସିଂହ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଶେଷକୃତ୍ୟରେ ସାମିଲ ଭୁଟାନ ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍‌

ନୂଆଦିଲ୍ଲୀ, ୨୮/୧୨: ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ପାର୍ଥିବ ଶରୀର।‌ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ମନ୍ତ୍ରୀ, ନେତା ଓ ତିନି ସେହି ମୁଖ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି। ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭୁଟାନ ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍‌। ଶନିବାର ନିଗମବୋଧ ଘାଟରେ ଡ. ମନମୋହନ ସିଂହଙ୍କୁ ସେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମରିସସ୍ ର ବୈଦେଶିକ ମନ୍ତ୍ରୀ ମନୀଷ ଗୋବିନ୍ ମଧ୍ୟ ଶେଷକୃତ୍ୟରେ ଉପସ୍ଥିତ ଥିଲେ।