କଟକରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

କଟକ: ଡେଙ୍ଗୁରେ ପୀଡ଼ିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ କଟକ ପୌର ନିଗମରେ ଏହା ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ହୋଇଛି। ୨୦୨୨ ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଜିଲ୍ଲାରେ ମୋଟ୍ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଏସସିବି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ କଟକ ପୌର ନିଗମ ୨୬ ନଂ ୱାର୍ଡରେ ଥିବା ଭଗତପୁରର ବାସିନ୍ଦା ଦୀପକ କୁମାର ମୁଦୁଲି ବୋଲି କୁହଯାଇଛି। ଦୀପକଙ୍କୁ ଜ୍ୱର ହେବାରୁ ଚଳିତ ମାସ ୧୪ ତାରିଖରେ ତାଙ୍କୁ ହରିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।