ଦେବୟୁଗ ପରିବାରର ଉଦଘାଟନୀ ସମାରୋହ

ଯୁବ ବର୍ଗଙ୍କ ଦିଶାରୁ ଚିହ୍ନଟ ହୁଏ ଏକ ସର୍ବ ବିକଶିତ ଦେଶ ଓ ରାଜ୍ୟର ପରିଚୟ

ଭୁବନେଶ୍ୱର, ୧୨/୦୧: ହୋଟେଲ୍ ଆଈଟିସି ଫରଚୂନ୍, କଳ୍ପନା ଛକ, ଭୁବନେଶ୍ୱରରେ ଦେବୟୁଗ ପରିବାରର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ଦେବୟୁଗ୍ ପରିବାର ଲିମିଟେଡ଼୍ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଦେବବ୍ରତ ନାୟକ ଏବଂ ତାଙ୍କ ସହଯୋଗୀ ପରାମର୍ଶଦାତା ଡ଼କ୍ଟର୍ ପୃଥ୍ଵୀରାଜ୍ ଆଚାର୍ଯ୍ୟ ଯୋଗ ଦେଇ କହିଥିଲେ ଯେ, ଏହି ବୈଠକ ମାଧ୍ୟମରେ ସେମାନେ ବେରୋଜଗାରୀ ଯୁବଗୋଷ୍ଠୀ ଏବଂ ବ୍ୟବସାୟ ଆଶା ରଖିଥିବା ବ୍ୟକ୍ତିମାନଙ୍କୁ ଜଣେ ଜଣେ ଉଦ୍ୟୋଗୀ ଭାଭେ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେବା ସହିତ ମାର୍ଗଦର୍ଶନ ଦେଇଛନ୍ତି। ଆମ ସମାଜରେ ଅନେକ ବେରୋଜଗାରୀ ଏବଂ ବ୍ୟବସାୟିକ ଉଚ୍ଚାଭିଳାଷୀ ଯୁବ ବ୍ୟକ୍ତି ଅଛନ୍ତି ଯୋଉମାନେ ତାଙ୍କ ସ୍ବପ୍ନ ପୂରଣ ପାଇଁ ସଠିକ ପରିସର କିମ୍ବା ଉପଯୁକ୍ତ ମଞ୍ଚ(ପ୍ଲାଟଫର୍ମ) ପାଇପାରୁ ନାହାନ୍ତି, ଆମ ସମାଜର ଯୁବ ଗୋଷ୍ଠୀ ମାନଙ୍କ ପାଇଁ ନିଯୁକ୍ତି, ରୋଜଗାର ଏବଂ ସ୍ୱାବଲମ୍ବୀ ସୃଷ୍ଟି କରିବାର ଏକ ସହାୟତା ପୂର୍ଣ୍ଣ ଦୂର ଦୃଷ୍ଟି ସହିତ, ଦେବୟୁଗ୍ ପରିବାର ଲିମିଟେଡ଼୍ ନାମରେ ଏକ ସଂଗଠନ ଗଠନ ପାଇଁ ଆମ ଅଞ୍ଚଳର ବିଶିଷ୍ଠ ସମାଜ ସେବି ତଥା ଦେବୟୁଗ୍ ଫାଉଣ୍ଡେସନ୍ ର ଫାଉଣ୍ଡର୍ ଦେବବ୍ରତ ନାୟକଙ୍କ ନେତୃତ୍ୱରେ କିଛି ବିକାଶଶୀଳ ଯୁବକଗଣ ଆଗେଇ ଆସିଛନ୍ତି।

ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ଦେବୟୁଗ୍ ପରିବାର ଲିମିଟେଡ଼୍ ସଂଗଠନ କେବଳ ସାମାଜିକ ବିକାଶ ଏବଂ ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ଗଠିତ ହୋଇ ଅଛି। ଉକ୍ତ ସଂଗଠନ କେତେକ ନିର୍ଦ୍ଧିଷ୍ଟ ମୌଳିକ ନୀତି ନିୟମ ଏବଂ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଯଥା ଉତ୍ସାହି ଯୁବକ ମାନଙ୍କ ଅଂଶ ଗ୍ରହଣ, ବ୍ୟବସାୟ ବ୍ୟବସ୍ଥାରେ ସ୍ୱଛତା ଏବଂ ସମସ୍ତଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ(ପ୍ଲାଟଫର୍ମ ) ଗଠନ କରିବା ଯେଉଁଠାରେ ସେମାନେ ସବିଶେଷ ତଥ୍ୟ ଆଲୋଚନା ସହିତ ସଂଗଠନରେ ଜଡିତ ହୋଇ ଉଦ୍ୟୋଗରେ ପ୍ରବେଶ କରିପାରିବେ ଏବଂ ରୋଜଗାରକ୍ଷମ ହେଇପାରିବେ। ଜଡିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଏକ ମୂଳ ସମିତି(କୋର୍ କମିଟି) ମାଧ୍ୟମରେ ସଠିକ ମାର୍ଗଦର୍ଶନ ଏବଂ ବ୍ୟବସାୟ ବା ଉଦ୍ୟୋଗରେ ସମାନ ମାଲିକାନାର ଅଧିକାର ମିଳିବ ଯାହାକି ସଂଗଠନର ସଦସ୍ୟମାନଙ୍କ ଦ୍ୱାରାହିଁ ଗଠନ କରାଯିବ।

ଦେବୟୁଗ୍ ପରିବାର ଲିମିଟେଡ଼୍ ପରିଚାଳନା ବର୍ଗ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ ଯେ, ଯେଉଁ ବ୍ୟକ୍ତିଗଣ ସଂଗଠନ ସହିତ ଜଡିତ ହେବେ ସେମାନେ ସେମାନଙ୍କର ନିଜସ୍ୱ ମୂଳ ସମିତି(କୋର୍ କମିଟି) ଗଠନ କରିପାରିବେ ଏବଂ କାର୍ଯ୍ୟକଳାପ ପରିଚାଳନା କରିପାରିବେ ଯାହା ସେମାନଙ୍କ ପାଇଁ ରୋଜଗାର ଏବଂ କର୍ମ ନିଯୁକ୍ତିର ପରିସର ଗଠନ କରିବାରେ ଏବଂ ସମାଜକୁ ବିକଶିତ କରିବାରେ ସହାୟକ ହେବ।

ଦେବୟୁଗ୍ ପରିବାର ସହିତ ଜଡିତ ହେବାକୁ ହେଲେ ସଦସ୍ୟ ମାନଙ୍କର ସମ୍ପୂର୍ଣ ପଞ୍ଜିକରଣ ଏବଂ ଯୋଗାଯୋଗ ପ୍ରକ୍ରିୟା ଦେବୟୁଗ୍ ପରିବାର ସଫ୍ଟୱେର୍ ଆପ୍ ଦ୍ୱାରା ପରିଚାଳିତ ହେବ ଯାହାକି ଶୁଭାରମ୍ଭ ହୋଇଅଛି। ଯୁବକମାନଙ୍କ ପାଇଁ ପ୍ରେରଣାର ମୂର୍ତ୍ତି ସ୍ୱାମୀ ବିବେକାନନ୍ଦଙ୍କୁ ସମ୍ମାନ ଜଣାଇ ତାଙ୍କର ଏହି ଜନ୍ମ ଦିବସରେ ସମଗ୍ର ଯୁବ ସମାଜକୁ ଉତ୍ସର୍ଗୀକୃତ କରିବା ସହିତ ଦେବୟୁଗ୍ ପରିବାର ତାର ପ୍ରତିଷ୍ଠା ଦିବସ ଭାବେ ଏହି ଦିନକୁ ପାଳନ କରିବାକୁ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଅଛି।