ସମ୍ବଲପୁରରୁ ପ୍ରୟାଗରାଜକୁ ଗଡ଼ିଲା ବସ୍
ପ୍ରୟାଗରାଜରେ କୁମ୍ଭମେଳା ପାଇଁ ଓଡ଼ିଶାରୁ ୮ଟି ବସ୍ ଚଳାଚଳ କରିବ।
ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨/୦୧: ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ୱତନ୍ତ୍ର ବସ। ଓଡ଼ିଶାରୁ ଉତ୍ତରପ୍ରଦେଶକୁ ୮ଟି ଓଏସଆରଟିସି ବସ୍ ଚଳାଚଳ କରିବ। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଅଯୋଧ୍ୟା ଓ ପ୍ରୟାଗରାଜକୁ ଏହି ବସ୍ ଚଳାଚଳ କରିବ।
ବ୍ରହ୍ମପୁରସ୍ଥିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ବସ୍ ଗୁଡ଼ିକୁ ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ବସରେ ୪୨ ଜଣ ଯାତ୍ରୀ ଯାତ୍ରା କରିପାରିବେ। ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଇଛି। ଓଏସଆରଟିସି ପକ୍ଷରୁ ଯାତ୍ରୀମାନଙ୍କ ରହଣି ଏବଂ ଖାଇବାର ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ଟୋଲ୍ ଫ୍ରି ହେଲ୍ପଲାଇନ୍ (୧୮୦୦-୩୪୫-୧୧୨୨) ଏବଂ ଏକ ହ୍ଵାଟ୍ସଆପ୍ ନମ୍ବର (୭୮୪୮୦୦୫୨୨୦୫) ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭ ମେଳା ଆରମ୍ଭ ହୋଇ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବ।