ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ
ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ପୁଲିସ ଅଧିକାରୀ
ଭୁବନେଶ୍ୱର, ୨୬/୦୧: ସାଧାରଣତନ୍ତ୍ର ଦିବସ ୨୦୨୫ ଅବସରରେ ସ୍ବରାଷ୍ଟ୍ର ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମହାମହିମ ରାଜ୍ଯପାଳ ଡକ୍ଟର ହରି ବାବୁ କମ୍ଭମପତି ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ପୋଲିସ୍ ଅଧିକାରୀ ମାନଙ୍କୁ ବିଭିନ୍ନ ବର୍ଗରେ ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମୁଖ୍ଯ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ଯ ଶାସନ ସଚିବ, ସ୍ବରାଷ୍ଟ୍ର ବିଭାଗ ଶ୍ରୀ ସତ୍ଯବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ପୋଲିସ ମହାନିର୍ଦ୍ଦେଶକ ଅଗ୍ନିଶମ ଡଃ ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ ମହାନିର୍ଦ୍ଦେଶକ – ଜେଲ୍ ଶ୍ରୀ ଅରୁଣ କୁମାର ରାୟ ଯୋଗଦେଇଥିଲେ ।