ଭୁବନେଶ୍ବର, ୨୬/୦୧: ନାଲକୋର ସମସ୍ତ ଉତ୍ପାଦନ ୟୁନିଟ୍ ଏବଂ କର୍ପୋରେଟ୍ କାର୍ଯ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ଦେଶଭକ୍ତି ଏବଂ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଓଡ଼ିଶାର ଭୁବନେଶ୍ବର ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ପତାକା ଉତୋଳନ କରିଥିଲେ I ନିଜ ଅଭିଭାଷଣରେ, ଶ୍ରୀ ସିଂହ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ନାଗରିକ ଭାବେ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ I ସେ ରାଷ୍ଟ୍ରର ଉଜ୍ଜ୍ଵଳ ଭବିଷ୍ୟତ ଗଠନରେ ଏକତା, ପ୍ରଗତି ଏବଂ ସାମୂହିକ ଦାୟିତ୍ବର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ I
ଏହି ସମାରୋହ ଦେଶପ୍ରେମର ଭାବନା, କର୍ମଚାରୀ ଶସକ୍ତିକରଣ ଏବଂ ଜାତୀୟ ପ୍ରଗତି ପ୍ରତି ନାଲକୋ ସମୁଦାୟର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା ।