ଇତିହାସର ଆଇନାରେ

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଘଟଣାବଳୀ ସମୂହ ଉପରେ।

ଆଜି ଓ ଆସନ୍ତାକାଲିର ‘ଦର୍ଶନ’

ଆଜିର ତାରିଖ ୩ ଫେବ୍ରୁଆରୀ ୨୦୨୫:

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ରାମ ସିଂହ କୁକା (୩ ଫେବୃଆରୀ ୧୮୧୬ – ୧୮ ଜାନୁଆରୀ ୧୮୭୨) ଜଣେ ଭାରତୀୟ ଦାର୍ଶନିକ, ସ୍ୱାଧୀନତା ସଂଗ୍ରାମୀ ଏବଂ ସଂସ୍କାରକ ଥିଲେ ଯିଏ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିବା ସହ ବ୍ରିଟିଶ ଉତ୍ପାଦର ବ୍ୟବହାରକୁ ବର୍ଜନ କରିଥିଲେ।

୨. ସୁହାସିନୀ ଗାଙ୍ଗୁଲି (୩ ଫେବୃଆରୀ ୧୯୦୯ – ୨୩ ମାର୍ଚ୍ଚ ୧୯୬୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନକୁ ସ୍ଵୀକୃତି ଦେଇ କୋଲକାତାର ଏକ ଗଳିର ନାମ ‘ସୁହାସିନୀ ଗାଙ୍ଗୁଲି ସର୍ନି’ ବୋଲି ରଖାଯାଇଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରାଧାକୃଷ୍ଣ (୮ ସେପ୍ଟେମ୍ବର ୧୯୧୦ – ୩ ଫେବୃଆରୀ ୧୯୭୯) ବିହାରରେ ଜନ୍ମଗ୍ରହଣ କରିଥିବା ଜଣେ ପ୍ରସିଦ୍ଧ ହିନ୍ଦୀ ଲେଖକ ଥିଲେ। ସେ ଉପନ୍ୟାସ, ସ୍ମୃତି, ବ୍ୟଙ୍ଗ, ନାଟକ ଏବଂ ଏକାଙ୍କିକା ଲେଖିଥିଲେ।

୨. ଡ. ବଳରାମ ଜାଖର (୨୩ ଅଗଷ୍ଟ ୧୯୨୩ – ୩ ଫେବୃଆରୀ ୨୦୧୬) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ସେ ସବୁଠାରୁ ଅଧିକ ସମୟ ଧରି ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବା ସହ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।

 

ଆଜିର ଦିନରେ ଘଟିଥିବା ଘଟଣାବଳୀ:-

୧୫୦୩ – ପର୍ତ୍ତୁଗିଜ ଏବଂ ଓସମାନଙ୍କ ମଧ୍ୟରେ ଡିଉକୁ ଅକ୍ତିଆର କରିବା ପାଇଁ ଭାରତର ଡିଉରେ ହୋଇଥିଲା।

୧୭୬୦ – ସଦାଶିବ ରାଓ ଭାଉଙ୍କ ନେତୃତ୍ୱରେ ମରାଠା ସେନା ଉଦଗିର ଯୁଦ୍ଧରେ ନିଜାମଙ୍କୁ ପରାସ୍ତ କରିଥିଲା।

୧୮୧୫ – ସ୍ୱିଜରଲ୍ୟାଣ୍ଡରେ ବିଶ୍ୱର ପ୍ରଥମ ପନିର ଉତ୍ପାଦନ କାରଖାନା ଖୋଲାଯାଇଥିଲା।

୧୯୧୫ – ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଏବଂ ଅଟୋମାନ ଶାସନର ମିଳିତ ବାହିନୀ ଦ୍ୱାରା ସୁଏଜ କେନାଲ ଉପରେ ଆକ୍ରମଣ କରାଯାଇଥିଲା।

୧୯୧୬ – ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା।

୧୯୪୩ – ଜର୍ମାନୀ ଏବଂ ସୋଭିଏତ ୟୁନିୟନ ମଧ୍ୟରେ ଯୁଦ୍ଧର ଅନ୍ତ ହୋଇଥିଲା।

୧୯୪୫ – ଜାପାନ ବିରୋଧରେ ଦ୍ବିତୀୟ ବିଶ୍ୱଯୁଦ୍ଧ କରିବାକୁ ରୁଷିଆ ରାଜି ହୋଇଥିଲା।

୧୯୫୪ – ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭ ମେଳାରେ ଦଳାଚକଟାରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୧୯୫୮ – ବେନେଲକ୍ସ ଇକୋନୋମିକ ୟୁନିଅନ ଗଠନ ହୋଇଥିଲା।

୧୯୭୦ – ତାଳଚେରଠାରେ ଭାରତର ପ୍ରଥମ ଏବଂ ବିଶ୍ୱର ସର୍ବବୃହତ କୋଇଲା ଭିତ୍ତିକ ସାର କାରଖାନାର ଶିଳାନ୍ୟାସ ହୋଇଥିଲା।

୧୯୭୨ – ଜାପାନର ସାପ୍ପୋରୋଠାରେ ଏସିଆରେ ପ୍ରଥମ ଥର ପାଇଁ ଶୀତକାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା।

୧୯୮୮ – ଭାରତୀୟ ନୌସେନାର ପ୍ରଥମ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ “ଆଇଏନଏସ ଚକ୍ର”କୁ ସାମରିକ ବାହିନୀରେ ସାମିଲ କରାଯାଇଥିଲା ।

୨୦୦୫ – ଭାରତର ପ୍ରଥମ ସାଂସଦ ଦଲିପ ସିଂ ସୌନ୍ଦଙ୍କୁ ସମ୍ମାନିତ କରିବା ପାଇଁ ଆମେରିକାର ରିପ୍ରେଜେଣ୍ଟେଟିଭ ହାଉସରେ ଅନୁମୋଦନ ମିଳିଥିଲା।

୨୦୦୭ – ଇରାକର ରାଜଧାନୀ ବାଗଦାଦର ଏକ ବଜାରରେ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୩୫ ଜଣ ପ୍ରାଣ ହରାଇଥିଲେ।

୨୦୧୮ – ଭାରତ ଚତୁର୍ଥ ଥର ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ ଜିତିଥିଲା।