ବାବୁସାନ୍‌-ପ୍ରକୃତି ବିବାଦ: ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଏତଲା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ସେ କୋର୍ଟରେ ମାମଲା ଦାଏର କରିଥିବା ଜଣାପଡ଼ିଛି ।

ସୂଚନା ଥାଉକି ବହୁ ଚର୍ଚ୍ଚିତ ଓଲିଉଡ୍‌ ଷ୍ଟାର୍‌ ବାବୁଶାନ୍‌ ଏବଂ ପ୍ରକୃତି ମିଶ୍ର ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

ଘଟଣା ଦିନ ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଥିବା ବେଳେ ସନ୍ଧ୍ୟା ସମୟରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି ।

ସେ ମଧ୍ୟ ଥାନାରେ ମାମଲା ଦାଏର କରିଥିଲେ । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ତୃପ୍ତିଙ୍କ ମାଉସୀ ମଧ୍ୟ ସେମାନଙ୍କ ସହିତ ରହିଥିବା ଦେଖିବାକୁ ମିଳିଥିଲା ।