ମାଲକାନଗିରି, ୨୦/୦୨: ମାଲକାନଗିରି ଜିଲ୍ଲା ସଂଲଗ୍ନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜାପୁରରେ କୁସଲନା ଗାଁରେ ନୃଶଂସ କାଣ୍ଡ ଭିଆଇଛନ୍ତି ମାଓବାଦୀ। ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ। ମାଓବାଦୀଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଘଟଣାସ୍ଥଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାଯୋଗ୍ୟ, ଯେଉଁମାନେ ପଞ୍ଚାୟତ ନିର୍ବାଚନରେ ଯୋଗ ଦାନ କରିବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ ମାଓବାଦୀ।
Prev Post