ଦ୍ବିତୀୟ ଇନିଂସ ଆରମ୍ଭ କଲେ ବିଜେଡ଼ି ନେତା ମନ୍ମଥ ରାଉତରାୟ

ବିବାହ ବନ୍ଧନରେ ବାନ୍ଧି ହେଲେ

ଭୁବନେଶ୍ୱର, ୦୪/୦୩: କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡ଼ି ନେତା ମନ୍ମଥ ରାଉତରାୟ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳର ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ରୋଜାଲିନ ଏବେ ମୁମ୍ବାଇରେ ରହି କାମ କରୁଛନ୍ତି।

ପୂର୍ବତନ ପତ୍ନୀ ସୁଚିସ୍ମିତା ମହାପାତ୍ରଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ମନ୍ମଥ ରୋଜାଲିନଙ୍କ ସଂସ୍ପର୍ଶରେ ଆସିଥିଲେ। ରୋଜାଲିନ ହେଉଛନ୍ତି ସୁଚିସ୍ମିତାଙ୍କ ସାଙ୍ଗ। ସୁଚିସ୍ମିତାଙ୍କୁ ଏବେ ଦ୍ୱିତୀୟ ବିବାହ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଚନ୍ଦକାସ୍ଥିତ ଡେରାସ ଡ୍ୟାମ ନିକଟରେ ଥିବା ନେଚର ରିସୋର୍ଟରେ ପରିଜନ ଓ ବନ୍ଧୁଙ୍କ ମେଳରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ।