ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ହେଲାଣି ତାତି

ବିଏମସିର ଗାଇଡଲାଇନ ଜାରି

ଦିନ ୧୧ରୁ ୩ କାମ ବନ୍ଦ

ଭୁବନେଶ୍ୱର, ୦୪/୦୩: ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଗ୍ରୀଷ୍ମପ୍ରବାହ ସୃଷ୍ଟି ହେଲାଣି। ତାତି ଏତେ ଅସହ୍ୟ ଯେ, ବାହାରକୁ ବାହାରିବା ଅସମ୍ଭବ ହୋଇ ପଡୁଛି। ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଉପରେ ଛୁଇଁଲାଣି। ରାଜଧାନୀରେ ମଧ୍ୟ ପ୍ରବଳ ଖରା ହେଉଛି। ଏବର୍ଷ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏପରି ସ୍ଥିତିରେ ଗାଇଡଲାଇନ ଜାରି କହିଛି ବିଏମସି। ଗାଇଡଲାଇନ ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଦିନ ୩ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରମିକଙ୍କୁ କାମ କରାଇଲେ ଉକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ ଏବଂ ପଶୁପକ୍ଷୀଙ୍କ ପାଇଁ ପାନୀୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।