ପବଜି ଖେଳ ସଜାଇଲା ହତ୍ୟାକାରୀ

ପୁଅ ସାଜିଲା ସୈତାନ

ବାପା-ମାଆ-ଭଉଣୀଙ୍କୁ ବିଭତ୍ସ ହତ୍ୟା

ଜଗତସିଂହପୁର, ୦୪/୦୩: ପୁଅ ସାଜିଲା ସୈତାନ। ବାପା ମାଆ ଗେମ୍ ଖେଳିବାକୁ ବାରଣ କରିବାରୁ ରାଗରେ ସେମାନଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି। ଏଭଳି ଏକ ହୃଦୟ ବିଦାରକ ଘଟଣି ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟବଡ଼ ଗାଁରେ।

ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ସେଠୀ ସବୁବେଳେ ମୋବାଇଲରେ ପବଜି ଗେମ୍ ଖେଳିବାରେ ସବୁବେଳେ ଅଭ୍ୟସ୍ତ ରହୁଥିଲେ। ଏ ନେଇ ତାଙ୍କ ବାପା ପ୍ରଶାନ୍ତ ସେଠୀ (କାଳିଆ) ଓ ମାଆ କନକଲତା ସେଠୀ ସବୁବେଳେ ତାଙ୍କୁ ବାରଣ କରୁଥିଲେ। ଗତ କାଲି ମଧ୍ୟ ରାତିରେ ଏ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ରାତ୍ରି ଭୋଜନ ସାରି ଶୋଇବାକୁ ଯାଇଥିଲେ। ପରେ ରାତି ପ୍ରାୟ ୨ଟା ୩୦ ବେଳେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ନିଜ ବାପା ଓ ମାଆଙ୍କ ସହ ଭଉଣୀ ମାମାଲି ସେଠୀଙ୍କୁ ପଥର ଓ ଲୁହା ମାରଣାସ୍ତ୍ରରେ ଛେଚି ସେମାନଙ୍କୁ ହତ୍ୟା କରିଥିଲା। ପରେ ଏହି କାଣ୍ଡ ଭିଆଇବା ପରେ ପାଖ ପଡ଼ୋଶୀଙ୍କ ପାଖରେ ଯାଇ ସବୁ ସତ ଓଗାଳିଥିଲା। ବାପା ମାଆ ଓ ଭଉଣୀଙ୍କୁ ଜୀବନରୁ ମାରି ଦେଇଥିବାର ସ୍ୱୀକାର କରିଥିଲା। ଏହା ପରେ ପାଖ ପଡ଼ୋଶୀ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ୍ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

ତେବେ ଅଭିଯୁକ୍ତର ଭାଈ ଏହି ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ଭାଇ ସବୁବେଳେ ଗେମ୍ ଖେଳରେ ଅଭ୍ୟସ୍ତ ରହୁଥିଲେ। ବାପା ମାଆ ବାରଣ କରୁଥିଲେ ମଧ୍ୟ ସେ ଶୁଣୁନଥିଲେ। ତେବେ ଏହି କାଣ୍ଡ ଘଟିଥିବା ବେଳେ ସେ ଘରେ ନଥିଲେ। ପରେ ଖବର ପାଇ ଆସିଛନ୍ତି।