ଆଜିର ତାରିଖ ୨୦୨୫ ମାର୍ଚ୍ଚ ୯
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ନବଲରାମ ଲକ୍ଷ୍ମୀରାମ ପାଣ୍ଡ୍ୟା (୯ ମାର୍ଚ୍ଚ ୧୮୩୬ – ୭ ଅଗଷ୍ଟ ୧୮୮୮) ଜଣେ ଗୁଜରାଟୀ ନାଟ୍ୟକାର, କବି, ପ୍ରବନ୍ଧକାର, ସମ୍ପାଦକ ଓ ଶିକ୍ଷାବିତ୍ ଥିଲେ। ଦର୍ଶନ, ଦେଶପ୍ରେମ, ସଂସ୍କାର, ଶିକ୍ଷା, ସାମ୍ବାଦିକତା, ବ୍ୟାକରଣ ଓ ସାହିତ୍ୟ ସମେତ ଅନେକ କ୍ଷେତ୍ରରେ ତାଙ୍କର ଲେଖା ରହିଥିଲା।
୨. ମହାରାଜା ଡକ୍ଟର କରଣ ସିଂହ ଜଣେ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଏବଂ କବି। ସେ ସ୍ୱର୍ଗତ ମହାରାଜା ହରି ସିଂହଙ୍କ ପୁତ୍ର ଅଟନ୍ତି। ସେ ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ସହ କାମ କରିଥିଲେ। ୧୯୬୭ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ସେ ସର୍ବକନିଷ୍ଠ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୧୯୫୨ ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀରର ରାଜକୁମାର ଥିଲେ। ୨୧ ବର୍ଷ ବୟସରେ କରଣ ସିଂହ ୧୯୫୨ରୁ ୧୯୬୫ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ।
୩. ଉସ୍ତାଦ ଜାକିର ହୁସେନ ଜଣେ ଭାରତୀୟ ତବଲାବାଦକ, ସଙ୍ଗୀତକାର, ସଙ୍ଗୀତ ପ୍ରଯୋଜକ ଏବଂ ଚଳଚ୍ଚିତ୍ର ଅଭିନେତା । ସେ କିମ୍ବଦନ୍ତୀ ତବଲା ବାଦକ ଉସ୍ତାଦ ଅଲ୍ଲା ରାଖାଙ୍କ ବଡ଼ ପୁଅ। ୧୯୮୮ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୨ମସିହାରେ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ସମ୍ମାନିତ କରିଥିଲେ । ସେ ୧୯୯୦ ମସିହାରେ ଭାରତର ଜାତୀୟ ସଙ୍ଗୀତ, ନୃତ୍ୟ ଏବଂ ନାଟକ ଏକାଡେମୀ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୯୯ ମସିହାରେ ତାଙ୍କୁ ୟୁନାଇଟେଡ୍ ଷ୍ଟେଟ୍ସ ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ୍ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ରେ ସମ୍ମାନିତ କରାଯାଇଥିଲା।
୪. ଶଶି ଥରୁର ଜଣେ ଭାରତୀୟ ରାଜନୀତିଜ୍ଞ, ଲେଖକ ଏବଂ ପୂର୍ବତନ ଅନ୍ତର୍ଜାତୀୟ କୂଟନୀତିଜ୍ଞ। ସେ ୨୦୦୯ ମସିହାରୁ କେରଳର ତିରୁବନନ୍ତପୁରମ୍ ରୁ ଲୋକସଭା ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ସେ ପୂର୍ବରୁ ଜାତିସଂଘର ଅଣ୍ଡର ସେକ୍ରେଟାରି ଜେନେରାଲ ଥିଲେ ଏବଂ ୨୦୦୬ରେ ସେକ୍ରେଟାରୀ ଜେନେରାଲ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୯ ମସିହାରେ ଶଶି ଥରୁର ଇଂରାଜୀ ଭାଷାରେ ପୁସ୍ତକ “ଆନ୍ ଏରା ଅଫ୍ ଡାର୍କନେସ୍” ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଜାଭେରଚାନ୍ଦ କାଳିଦାସ ମେଘାନୀ (୨୮ ଅଗଷ୍ଟ ୧୮୯୬ – ୯ ମାର୍ଚ୍ଚ ୧୯୪୭) ଜଣେ ଭାରତୀୟ କବି, ଲେଖକ, ସମାଜ ସଂସ୍କାରକ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଗୁଜୁରାଟୀ ସାହିତ୍ୟ କ୍ଷେତ୍ରରେ ସେ ଜଣେ ବହୁ ଜଣାଶୁଣା।
୨. ଦେବିକା ରାଣୀ ଚୌଧୁରୀ (୩୦ ମାର୍ଚ୍ଚ ୧୯୦୮ – ୯ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ। ୧୯୩୦ ଓ ୧୯୪୦ ଦଶକରେ ସେ ସକ୍ରିୟ ଥିଲେ। ଭାରତୀୟ ସିନେମାର ପ୍ରଥମ ମହିଳା ଭାବେ ପରିଚିତ ଦେବିକା ରାଣୀଙ୍କର ପ୍ରାୟ ଏକ ଦଶନ୍ଧି ଧରି ସଫଳ ଚଳଚ୍ଚିତ୍ର କ୍ୟାରିୟର ଥିଲା। ସେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିଲେ।
୩. ବେଜାବାଦା ଗୋପାଳ ରେଡ୍ଡୀ (୫ ଅଗଷ୍ଟ ୧୯୦୭ – ୯ ମାର୍ଚ୍ଚ ୧୯୯୭) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଉଭୟ ଗୋପାଳ ରେଡ୍ଡୀ ଓ ତାଙ୍କ ପତ୍ନୀ ଶାନ୍ତିନିକେତନରେ ପାଠ ପଢ଼ିଥିଲେ। ଏହି ସମୟରେ ଗୋପାଳ ରେଡ୍ଡୀ ଟାଗୋରଙ୍କ କାର୍ଯ୍ୟକୁ ପସନ୍ଦ କରିଥିଲେ ଏବଂ ତାଙ୍କର ଅନେକ ପୁସ୍ତକ ତେଲୁଗୁରେ ଅନୁବାଦ କରିଥିଲେ।
୪. ଜୟ ମୁଖାର୍ଜୀ (୨୪ ଫେବୃଆରୀ ୧୯୩୯ – ୯ ମାର୍ଚ୍ଚ ୨୦୧୨), ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୯୧୬ – ଜର୍ମାନୀ ପର୍ତ୍ତୁଗାଲ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା।
୧୯୩୫ – ଆଡଲ୍ଫ ହିଟଲର ଏକ ନୂତନ ବାୟୁସେନା ଲୁଫ୍ଟୱାଫ ଗଠନ ପାଇଁ ଘୋଷଣା କରିଥିଲେ।
୧୯୬୧ – ସୋଭିଏତ ୟୁନିୟନ କୋରାବଲ-ସ୍ପୁଟନିକ୍ ୪ (ସ୍ପୁଟନିକ୍ ୯ ନାମରେ ମଧ୍ୟ ଜଣାଶୁଣା) ଲଞ୍ଚ କରିଥିଲା।
୧୯୯୬ – ବାଙ୍ଗାଲୋରରେ ଖେଳାଯାଇଥିବା ବିଶ୍ୱକପ୍ କ୍ୱାର୍ଟର ଫାଇନାଲମ୍ୟାଚ୍ ରେ ଭାରତ ପାକିସ୍ତାନ (ୱିଲ୍ସ ବିଶ୍ୱକପ୍) ବିପକ୍ଷରେ ବିଜୟୀ ହୋଇଥିଲା।
୨୦୧୮ – ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଥିଲେ ଯେ ବ୍ୟକ୍ତିମାନଙ୍କର ସମ୍ମାନର ସହ ମରିବାର ଅଧିକାର ଅଛି, ଯେଉଁଥିରେ ଅସୁସ୍ଥ କିମ୍ବା କୋମାରେ ଥିବା ଲୋକଙ୍କ ପାଇଁ ଲାଇଫ୍ ସପୋର୍ଟ ସିଷ୍ଟମକୁ ହଟାଇବାକୁ ଅନୁମତି ଦିଆଯାଇଛି। ଏହି କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ଲାଗୁ ହେବ।
୨୦୨୨ – ୟୁନ ସୁକ୍ ୟେଓଲ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।