ନୟାଗଡ ପୌରପରିଷଦ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ସମାଜର ଅଭିବୃଦ୍ଧିରେ ମହିଳାଙ୍କ ଅବଦାନ ବିଷୟରେ ଗୁରୁତ୍ୱାରୋପ
ନୟାଗଡ, ୦୯/୦୩: ନୟାଗଡ଼ ମ୍ୟୁନିସପାଲିଟି ତରଫରୁ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ କାଉନସିଲ ହଲ୍ ଠାରେ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜାଲିନ ଦାଶ ଯୋଗ ଦେଇ ଏହି ଦିବସ ପାଳନର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକ ପାତ କରିଥିଲେ। ସମାଜର ଅଭିବୃଦ୍ଧିରେ ମହିଳାଙ୍କ ଅବଦାନ କେତେ ଗୁରୁତ୍ଵପୂର୍ଣ୍ଣ ତାହା କହିଥିଲେ। କାଉନସିଲର ଅଳକା ମଞ୍ଜରୀ ନାୟକ, କାଉନସିଲର ଗୀତାଞ୍ଜଳି ସ୍ୱାଇଁ, କାଉନସିଲର ସ୍ଵୟଂପ୍ରଭା ମିଶ୍ର, କାଉନସିଲର ମଞ୍ଜୁ ଗୁମାନସିଂ ପ୍ରଭୁତି ଅତିଥି ଭାବେ ଯୋଗ ଦେଇ ୬୦ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସହକାରୀ ଜିଲ୍ଲାପାଳ ତଥା ଇଓ ଅକ୍ଷୟ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ସନ୍ତୋଷ ମେହେର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।