କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତୃ ବିୟୋଗ

୮୩ ବର୍ଷ ବୟସରେ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୭/୦୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ବାସଭବନରେ ପୂର୍ବାହ୍ନ ୧୦ଟା ୩୦ ସମୟରେ ୮୩ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ଘଟିଛି।

ଦେବେନ୍ଦ୍ର ପ୍ରଧାନ ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ଥିଲେ। ସେ ବାଜପେୟୀ ସରକାରରେ ଭୂପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ ତ୍ରୟୋଦଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମଧ୍ୟ ସଦସ୍ୟ ଥିଲେ। ତାଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଲୋକସଭା ସାଂସଦ ଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗମନ୍ତ୍ରୀ ଅଛନ୍ତି।