ନୂଆଦିଲ୍ଲୀ, ୧୭/୦୩: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଦୁଇ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବଚ୍ ୱିଲମୋର ଖୁବଶୀଘ୍ର ପୃଥିବୀକୁ ଫେରିବେ। ସ୍ପେସ୍ ଏକ୍ସ କ୍ରୁ ଡ୍ରାଗନ୍ ମହାକାଶଯାନରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି। ଆମେରିକୀୟ ସମୟରେ ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୫ଟା ୫୭ ମିନିଟ୍ ଏବଂ ଭାରତୀୟ ସମୟ ମାର୍ଚ୍ଚ ୧୯ ତାରିଖ ଅର୍ଥାତ୍ ବୁଧବାର ଭୋର ୩ଟା ୩୦ ମିନିଟ୍ ସମୟରେ ପୃଥିବୀପୃଷ୍ଠରେ ଅବତରଣ କରିବେ। ଅବତରଣ ପାଇଁ ଅନୁକୂଳ ପାଣିପାଗ ଦରକାର ତେଣୁ ଫ୍ଲୋରିଡା ଉପକୂଳରେ ଅବତରଣ କରିବେ।
ସୂଚନାଯୋଗ୍ୟ, ୧୦ ଦିନିଆ ମିଶନରେ ଥିବା ଏହି ଦୁଇ ମହାକାଶଚାରୀ ୨୦୨୪ ଜୁନ୍ ୫ ତାରିଖ ରାତି ୮ଟା ୨୨ରେ ଆଟଲସ ଭି ରକେଟ୍ରେ ବୋଇଂର ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ଉତକ୍ଷେପଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦୀର୍ଘ ୯ ମାସ ଧରି ମହାକାଶରେ ଫସି ରହିଥିଲେ।