Twin Towerର କାଉଣ୍ଟ ଡାଉନ୍ ଆରମ୍ଭ, ଖଞ୍ଜା ଯାଇଛି ୩୭୦୦ କିଲୋ ବିସ୍ଫୋରକ

ନୂଆଦିଲ୍ଲୀ: ନୋଏଡାରେ ସେକ୍ଟର ୯୩ଏରେ ଦୁର୍ନୀତି ଗନ୍ଧରେ ଛିଡା ହୋଇଥିବା ୩୨ ମହଲା ତଥା ୧୦୩ ମିଟର ଉଚ୍ଚ ଟ୍ଵିନ୍ ଟାଓ୍ଵାର ଗତ ଅନେକ ଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବେଆଇନ ଭାବେ ନିର୍ମିତ ଟ୍ଵିନ୍ ଟାଓ୍ଵାରକୁ ଭାଙ୍ଗିବା ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଏହି ଟାଓ୍ଵାର ଭାଙ୍ଗିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ଏଠାରେ  ଆଖପାଖ ସୋସାଇଟିରେ ଥିବା କୋଠାଗୁଡିକର ଖମ୍ବଗୁଡିକୁ ମଜବୁତ କରାଯିବା କାମ ଜାରି ରହିଛି। ଆସନ୍ତାକାଲି ଅର୍ଥାତ ରବିବାର ଅପରାହ୍ନ ୨ଟା ୩୦ରେ ଟ୍ଵିନ୍ ଟାଓ୍ଵାରକୁ ମାତ୍ର ୧୨ ସେକେଣ୍ଡ ଭିତରେ ମାଟିରେ ମିଶାଇ ଦିଆଯିବ। ଏ ନେଇ ସମ୍ଵନ୍ଧିତ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ପୂରା ହୋଇ ସାରିଛି।

ଟାଓ୍ଵାର ଭାଙ୍ଗିବା ପାଇଁ ପୂରା କୋଠାରେ ୯୬୪୦ ଗର୍ତ୍ତ କରାଯାଇଛି, ଯେଉଁଥିରେ ୩୭୦୦ କିଲୋଗ୍ରାମର ବିସ୍ଫୋରକ ଖଞ୍ଜା ଯାଇଛି। ନିର୍ଦ୍ଧାରିତ ସମୟରେ ବଟନ ଦବାଇବା ମାତ୍ରେ ଟ୍ଵିନ୍ ଟାଓ୍ଵାର ତାସ୍ ପତା ପରି ଭୁଶୁଡିଯିବ। ହେଲେ ପୂରା ଘଟଣାକ୍ରମକୁ ନେଇ ସ୍ଥାନୀୟ ଲୋକେ ବିଚଳିତ ଅବସ୍ଥାରେ ଅଛନ୍ତି।